ଛତୁଆ ଦୁର୍ନୀତି ଉପରେ ସ୍ପଷ୍ଟୀକରଣ
କୋଣାର୍କ:- ଆମ ଆଦମୀ ପାର୍ଟି ପକ୍ଷରୁ ଅଭିଯୋଗ କରାଯାଇଥିବା ସ୍ୱର୍ଗଦ୍ୱାର ଘିଅ ଓ ଛତୁଆ ଦୁର୍ନୀତି ଉପରେ ସ୍ପଷ୍ଟୀକରଣ ରଖିଲେ ପୁରୀଜିଲ୍ଲା ମିଶନ ଶକ୍ତି ମହାସଂଘ ସଭାନେତ୍ରୀ I – ସ୍ଵର୍ଗଦ୍ଵାରକୁ ମିଶନ ଶକ୍ତି ପକ୍ଷରୁ ପ୍ରଦାନ ବିକ୍ରି ହେଉଥିବା ଘିଅରେ ବ୍ୟାପକ ଦୁର୍ନୀତି ଏବଂ ଗୋପ ବ୍ଲକରେ ହେଉଥିବା କୁନିକୁନି ଖାଦ୍ୟ ପାଇଁ ଛତୁଆରେ ଦୁର୍ନୀତି ହେଉଥିବା ଆମ୍ ଆଦମୀ ପାର୍ଟି ପକ୍ଷରୁ ଅଭିଯୋଗର ସ୍ପଷ୍ଟୀକରଣ ରଖିଛନ୍ତି ପୁରୀ ଜିଲ୍ଲା ମିଶନ ଶକ୍ତି ମହିଳା ସଭାନେତ୍ରୀ ମିନାକ୍ଷୀ ପୃଷ୍ଟି I ଗୋପ ବ୍ଲକ ମହିଳା ଶକ୍ତି ସଂଗଠନ 40 SHG ଗ୍ରୁପର ତିନିଶହରୁ ଉର୍ଦ୍ଧ ମାମାନେ ଗାଈ ଲୋନ ନେଇ ସେଥିରୁ ପ୍ରଷ୍ତୁତ ଶୁଦ୍ଧ ଘିଅ ଉତ୍ପାଦନ କରି ଓରମାସ ସଂସ୍ଥା କୁ ଦେଇଥାନ୍ତି I ଓରମାସ ଏହି ଘିଅ କୁ ସ୍ୱର୍ଗଦ୍ୱାରରେ ଲଗାଇଥାନ୍ତି I ନିମ୍ନ ମାନର ଘିଅ ଓ ଛତୁଆ ଦୁର୍ନୀତି କୁ ନେଇ ଆମ ଅଦାମୀ ପାର୍ଟି ତରଫରୁ ଗତ କିଛିଦିନ ହେବ ହୋଇଥିବା ଅଭିଯୋଗ କୁ ଗତକାଲି ସାମ୍ବାଦିକ ସମ୍ମିଳନୀ କରି କରି ଖଣ୍ଡନ କରିଛନ୍ତି ପୁରୀ ଜିଲ୍ଲା ମିଶନ ଶକ୍ତି ଜ଼ିଲ୍ଲା ମହିଳା ସଭାନେତ୍ରୀ ମିନାକ୍ଷୀ ପୃଷ୍ଟି I ଆମ ଘିଅ ସରକାରଙ୍କ ନିୟମ ଅନୁସାରେ ତିଆରି କରାଯାଉଛି ଏବଂ ଏହି ଘିଅ ଶୁଦ୍ଧ ଦେଶୀ ଘିଅ ଦୀର୍ଘଦିନ ଧରି ଆମ ମହିଳା ସଂଘ ମାମାନେ କୋମଳମତି ଶିଶୁ ଙ୍କ ପାଇଁ କରୁଥିବା ଛତୁଆ ଅତି ଉର୍ନତ ମାନର ଆମ ମହିଳା ସଂଘ ସଦା ସର୍ବଦା ଏଥିପ୍ରତି ସଜାଗ ରହିଛି କିନ୍ତୁ ଆମ ଆଦମୀ ପାର୍ଟି କରିଥିବା ଅଭିଯୋଗ ଭିତ୍ତିହୀନ ଆମ ଘିଅ ଓ ଛତୁଆ ଦୁର୍ନୀତି ଉପରେ ତାଙ୍କ ପାଖରେ କୌଣସି ପ୍ରମାଣ ନଥିବା ସତ୍ୱେ କେମିତି ସେମାନେ ଅଭିଯୋଗ କରୁଛନ୍ତି ସେଥିପାଇଁ ସରକାର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମହିଳା ସଙ୍ଘ ଦାବି କରିବା ବେଳେ ଆଗାମୀ ଦିନରେ ମହିଳା ସଙ୍ଘ ପକ୍ଷରୁ ଏକ ମାନହାନୀ ମାମଲା ରୁଜ୍ଜୁ କରାଯିବ ବୋଲି ମହାସଂଘ ସଭାନେତ୍ରୀ ପ୍ରତିକ୍ରିୟା ରଖିଛନ୍ତି। )
କୋଣାର୍କ ରୁ ଜ୍ଞାନ ରଞ୍ଜନ ବିଶ୍ଵାଳ ଙ୍କ ରିପୋର୍ଟ
