ଟ୍ରେନ ଧକାରେ ଦୁଇ ଦମ୍ପତିଙ୍କ ମୃତ୍ୟୁ।

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ରେଳ ଷ୍ଟେସନ ଠାରୁ ଏକ କିଲୋମିଟର ଦୂରରେ ଥିବା ଭୂଇଁ ପାଟଣା ଗ୍ରାମ ନିକଟରେ ଟ୍ରେନ ଧକାରେ ଦୁଇ ଦମ୍ପତିଙ୍କ ମୃତ୍ୟୁ ।ମୃତ୍ୟୁ ଦୁଇ ଜଣ ହେଲେ ଲକ୍ଷ୍ମୀପୁର ବ୍ଲକର ବୁର୍ଜା ଗ୍ରାମର ବୁରୁଷ ଖରା (୬୦)ଓ ଯମୁନା ଖରା( ୬୦)ବୋଲି ଜଣା ପଡ଼ିଛି ।ପ୍ରତେକ ଦିନ ସ୍ୱାମୀ ସ୍ତ୍ରୀ ଗାଁ ଗାଁ ବୁଲି ବ୍ୟବସାୟ କରି ପରିବାର ଚଳୁଥିଲେ।ଆଜି ସକାଳ 9.45 ଘଣ୍ଟିକା ସମୟରେ କୋରାପୁଟ ବିଶାଖପାଟଣା ଅଭିମୁଖେ ଯାଉଥିବା ଡିଏମ ଟ୍ରେନରେ ଦୁର୍ଘଟଣା ଘଟି ଘଟଣା ସ୍ଥଳରେ ହିଁ ସ୍ୱାମୀ ସ୍ତ୍ରୀ ଙ୍କ ମୃତ୍ୟୁ ହୋଇଥିଲା।ମୃତ୍ୟୁ ଦମ୍ପତିଙ୍କ ପରିବାର କହିଲେ ।ଦୁଇ ପୁଅ ଓ ଗୋଟିଏ ଝିଅ ରହିଥିଲେ। ପୁଅ ଈଶ୍ୱର ଖୁରା ଓ ଝିଅ ବୁର୍ଜା ଗ୍ରାମରେ ବିବାହିତ ହୋଇ ଥିବା ବେଳେ ପାଖରେ ସାନ ପୁଅ ରଥ ଖୁରା ସହିତ ବୃଦ୍ଧ ବୃଦ୍ଧା ରହୁଥିଲେ।ବାପା ମାଆ ପ୍ରତେକ ଦିନ ଗାଁ ଗାଁ ବୁଲି ଶୁଖୁଆ, ସାବୁନ ବ୍ୟବସାୟ କରି ଯାହା ମିଳେ ତିନି ପରିବାର ବଞ୍ଚୁଥିଲେ। ମିଳିଥିବା ସୂଚନା ଅନୁଯାୟୀ,ଆଜି ସକାଳୁ ଦୁହେଁ ଭୂଇଁ ପାଟଣା ଗାଁରେ ପହଞ୍ଚି ବ୍ୟବସାୟ ସାରି ଫେରୁଥିବା ବେଳେ ବାଟରେ ପଡୁଥିବା ରେଳ ଲାଇନ ପାର ହୋଇ ଆସୁଥିଲେ। ଘଟଣା ସ୍ଥଳରେ ଦୁଇଟି ଟ୍ରାକ ରହିଥିବା ବେଳେ ଉଭୟ ଟ୍ରାକରେ ଦମ୍ପତି ପାର ହେବା ସମୟରେ ଦୁଇଟି ଟ୍ରେନ ଦୁଇ ପଟେ ଆସୁଥିଲା। ଉପାୟ ଶୂନ୍ୟ ହୋଇ କେଉଁଆଡେ ହୋଇନ ପାରିବା ଯୋଗୁଁ ଡିଏମୟୁ ଟ୍ରେନରେ ଉଭୟ ଧକ୍କା ହୋଇଯାଇଥିଲେ। ଘଟଣା ସ୍ଥଳରେ ବର୍ତ୍ତମାନ ଲକ୍ଷ୍ମୀପୁର ପୁଲିସ ପହଞ୍ଚିଛି।ଭୂଇଁ ପାଟଣା ନିକଟରେ ବ୍ରିଜ କିମ୍ବା ତୁରନ୍ତ ତାର ବାଡ଼ କରିବା ସକାଶେ ଅଞ୍ଚଳ ବାସୀ ଦାବୀ କରିଛନ୍ତି।ସେହି ପରି ଏହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟି ଗାଈ ମାନଙ୍କର ମଧ୍ୟ ଜୀବନ ଚାଲି ଯାଉଛି।

କାଶୀପୁର ରୁ ରଞ୍ଜନ କୁମାର ବିଡ଼ିକା ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର news

Leave a Reply

Your email address will not be published. Required fields are marked *