ଗଞ୍ଜାମ ଜିଲ୍ଲା ବିଜୁପଟ୍ଟନାୟକ ସିନିଅର ସିଟିଜେନ୍ସ ଫୋରମ ପକ୍ଷରୁ ମାନ୍ୟବର ବ୍ରହ୍ମପୁର ବିଧାୟକ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ବ୍ରହ୍ମପୁର:-୨୨/୧୧ ଗଞ୍ଜାମ ଜିଲ୍ଲା ବିଜୁପଟ୍ଟନାୟକ ସିନିଅର ସିଟିଜେନ ଫୋରମ ପକ୍ଷରୁ ଆଜି ପୂର୍ବାହ୍ନ ରେ ମାନ୍ୟବର ବିଧାୟକ ବ୍ରହ୍ମପୁର ଶ୍ରୀଯୁକ୍ତ କେ ଅନିଲ କୁମାର ଙ୍କୁ ତାଙ୍କ କାର୍ଯ୍ୟାଳୟ ଠାରେ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା l କାର୍ଯ୍ୟକାରୀ ସଭାପତି ଶ୍ରୀ ସୂର୍ଯ୍ୟକାନ୍ତ ପାତ୍ର ଓ ସାଧାରଣ ସମ୍ପାଦକ ଶ୍ରୀ ସିମାଞ୍ଚଳ ପ୍ରସାଦ ବିଷୋୟୀ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ସାକ୍ଷାତ ଆଲୋଚନା ରେ ଫୋରମ ର ବିଭିନ୍ନ ଦାବୀ ଓ ସମସ୍ୟା ଉପରେ ମାନ୍ୟବର ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା l ମୁଖ୍ୟତଃ ବରିଷ୍ଠ ନାଗରିକ ମାନଙ୍କୁ ତୁରନ୍ତ ପୋଲିସ ସୁରକ୍ଷା ପରିଚୟ ପତ୍ର ପ୍ରଦାନ, ଫୋରମ ର ନିଜସ୍ୱ କାର୍ଯ୍ୟାଳୟ ତଥା ବୈଠକ ନିମନ୍ତେ ସରକାରୀ ଜମି କିମ୍ବା ଗୃହ ମଞ୍ଜୁରୀ, ରେଳ ଯାତ୍ରା ଓ ବସ୍ ଯାତ୍ରା ରେ ରିହାତି ଏବଂ ବିଭିନ୍ନ ଦାବୀ ଉପରେ ମାନ୍ୟବର ବିଧାୟକ ଶ୍ରୀ କେ ଅନିଲ କୁମାର ଙ୍କ ସହିତ ଆଲୋଚନା ହୋଇଥିଲା ଏବଂ ମାନ୍ୟବର ଓଡିଶା ର ସାମାଜିକ ସୁରକ୍ଷା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଙ୍କ ଉଦ୍ୟେଶ ରେ ବରିଷ୍ଠ ନାଗରିକ ଙ୍କ ନିମନ୍ତେ ୮ଦଫା ସମ୍ବଳିତ ଏକ ସ୍ମାରକ ପତ୍ର ମାନ୍ୟବର ବିଧାୟକ ଙ୍କୁ ପ୍ରଦାନ କରାଯାଇଥିଲା lଅନ୍ୟ ମାନଙ୍କ ମଧ୍ୟ ରେ ସମ୍ପାଦକ ମହେଶ୍ୱର ପୃଷ୍ଟି, କୋଷାଧକ୍ଷ ମନମୋହନ ପରିଛା, ବରିଷ୍ଠ ସଦସ୍ୟ ପ୍ରଶାନ୍ତ କୁମାର ମହାପାତ୍ର, ବିରୁପାକ୍ଷ ଦାସ, ବି ପ୍ରସନ କୁମାର ପୃଷ୍ଟି,ସୁରେଶ ଜେନା,କେ ଶିବାଜୀ ରାଓ, ସଦାନନ୍ଦ ଦାସ,ଭୀଷ୍ମlଚାର୍ଯ୍ୟ ଚୌଧୁରୀ ପ୍ରମୁଖ ବହୁ ସଦସ୍ୟ ଏହି ସାକ୍ଷାତ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ l

Leave a Reply

Your email address will not be published. Required fields are marked *