ପୂର୍ବତନ ଶିକ୍ଷୟିତ୍ରୀ ତଥା ଧର୍ମ ପରାୟଣା ମହିଳା ଙ୍କ ପରଲୋକ

ଭଦ୍ରକ ସରକାରୀ ବାଳିକା ବିଦ୍ୟାଳୟର ପୂର୍ବତନ ଶିକ୍ଷୟିତ୍ରୀ ତଥା ବିଶିଷ୍ଟ ଶିକ୍ଷାବିତ ସ୍ବର୍ଗତ ନିତ୍ୟାନନ୍ଦ ସେନାପତି ଙ୍କ ସହଧର୍ମିଣୀ ଯଶୋଦା ସେନାପତି ଗତ ୨୦ ତାରିଖ ରାତ୍ରି ୩.୩୦ ମିନିଟ୍ ରେ ଇହଧାମ ପରିତ୍ୟାଗ କରିଛନ୍ତି।୨୧ ତାରିଖ ସକାଳ ୧୦ ଘଟିକା ରେ ତାଙ୍କର ମର ଶରୀର ସହର ପରିକ୍ରମା କରିବା ପରେ ଶବ ସତ୍କାର କରାଯାଇଥିଲା। ତାଙ୍କର ଜ୍ୟେଷ୍ଠ ପୁତ୍ର ଆଶୁତୋଷ ମୁଖାଗ୍ନି ଦେଇଥିଲେ ଓ ସମସ୍ତ ପୁତ୍ର, ଝିଅ, ବୋହୂ, ଜ୍ବାଇଁ, ନାତି, ନାତୁଣୀ ଓ ସହର ର ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତି ଥିଲେ।ସେ ଜଣେ ଧର୍ମ ପରାୟଣା, ପରୋପକାରୀ ଓ ଛାତ୍ର ବତ୍ସଳା ଦକ୍ଷ ଶିକ୍ଷୟିତ୍ରୀ ଥିଲେ। ସେ ଭଦ୍ରକର କଚେରି ବଜ଼ାର ସ୍ଥିତ ବାଳ ଗୋପାଳ ମନ୍ଦିର ର ପ୍ରତିଷ୍ଠାତ୍ରି ଅଟନ୍ତି । ତାଙ୍କର ୨ପୁତ୍ର ଓ ୫ ଝିଅ ଉଚ୍ଚଶିକ୍ଷା ଲାଭ କରିବା ସହିତ ବିଭିନ୍ନ ଅନୁଷ୍ଠାନରେ ଉଚ୍ଚ ପଦବୀରେ ଥିଲେ । ତାଙ୍କର ମୃତ୍ୟୁରେ ଗୋଟିଏ ଯୁଗର ଅବସାନ ଘଟିଲା ବୋଲି ବୁଦ୍ଧି ଜିବୀ ମାନେ ମତବ୍ୟକ୍ତ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୧୦୦ ବର୍ଷ ହୋଇଥିଲା। ଦୀର୍ଘ ୪୦ ବର୍ଷ ଧରି ସରକାରୀ ହାଇସ୍କୁଲ ରେ ଶିକ୍ଷକତା କରିଥିଲେ। ତାଙ୍କ ମୃତ୍ୟୁ ରେ ସମସ୍ତେ ଅତ୍ୟନ୍ତ ମର୍ମାହତ|

Leave a Reply

Your email address will not be published. Required fields are marked *