ଟ୍ରାକ୍ଟର ସହ କାଠ କୁ ଜବତ କଲା ବଡ଼ଗଡ଼ ବନ ବିଭାଗ
ଟ୍ରାକ୍ଟର ସହ କାଠ କୁ ଜବତ କଲା ବଡ଼ଗଡ଼ ବନ ବିଭାଗ ସୋରଡ଼ା :ଗଞ୍ଜାମ ଜିଲ୍ଲା ସୋରଡ଼ା ବଡଗଡ ଥାନା ଅଧିନରେ ଥିବା ବିଞ୍ଜିଗିରି ଠାରୁ ମହିନ୍ଦ୍ରl ଟ୍ରାକ୍ଟର ସହ ଶାଗୁଆନ କାଠ ଜବତ କରିଛନ୍ତି ବଡଗଡ ବନ ବିଭାଗ ରାଜ୍ୟରେ ସରକାର ବଦଳିବା ପରେ ବେଆଇନ ଭାବେ ଚାଲିଥିବା ମାଫିଆ ରାଜ କୁ ଲଗାମ ଲଗାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ପରିପେକ୍ଷୀ ରେ ଏବେ ପ୍ରଶାସନିକ ସ୍ତରରେ ମଧ୍ୟ ତପ୍ତରତା ଦେଖାଦେଇଛି | ବଡ଼ଗଡ଼ ବନାଞ୍ଚଳ ରେ କାଠ ମାଫିଆ ଙ୍କୁ ଲଗାମ ଦେବା ପାଇଁ ବଡ଼ଗଡ଼ ବନ ବିଭାଗ ରେ ତପ୍ତରତା ଢେର ଆଗରେ ରହିଛି। ଯାହା ଫଳରେ ନିଦ ହଜିଗଲା କାଠ ମାଫିଆ ଙ୍କ କିଛି ଦିନ ତଳେ ଚିକିଲି ଛକ ଠାରେ 2ଲକ୍ଷ ଟଙ୍କା ର ଶାଳୁଆ କାଠ ଓ 407 ଗାଡ଼ି କୁ ଜବତ କରିଥିବା ବେଳେ ପୁଣି ଗତ କାଲି ମହିନ୍ଦ୍ରା ଟ୍ରାକ୍ଟର ସହ ଶାଗୁଆନ କାଠ କୁ ବଡ଼ଗଡ଼ ବନବିଭାଗ ଜବତ କରିଛି | ଏଭଳି ବାରମ୍ବାର ଜବତ ହେଉଥିବା ଦେଖି କାଠ ମାଫିଆ ମନରେ ଅତଙ୍କ ସୃଷ୍ଟି ହେଲାଣି l ସୂଚନା ପ୍ରକାରେ ବିଶେଶ ସୂତ୍ରରୁ ଶାଗୁଆନ କାଠ ଚୋରା ଚାଲାଣ ର ଖବର ପାଇ ବଡ଼ଗଡ଼ ବନାଞ୍ଚଳ ଅଧିକାରୀ ଅଞ୍ଜନ କୁମାର ନାୟକ ଙ୍କ ସହ ଏକ ସ୍ୱତନ୍ତ୍ର ଟିମ ପେଟ୍ରୋଲିଙ୍ଗ କରିବା ସମୟରେ ବିଞ୍ଜିଗିରୀ ନିକଟରେ କାଠ ସହ ମାହିନ୍ଦ୍ର ଟ୍ରାକ୍ଟର ଗାଡି କୁ ଜବତ କରିଛି ବଡଗଡ ବନବିଭାଗ | ଜବତ ହୋଇଥିବା କାଠ ର ମୂଲ୍ୟ ପ୍ରାୟ ଲକ୍ଷାଧିକ ଟଙ୍କା ରୁ ଅଧିକ ହେବ ବୋଲି ସୂଚନା ଦେଇଛିନ୍ତି ବଡ଼ଗଡ଼ ବନ ବିଭାଗ ଅଧିକାରୀl
