ଓ.ଏ.ସ ହବ୍ ର ୭୦ ଜଣ ସଫଳ କୃତିତ୍ୱ ପରୀକ୍ଷାର୍ଥୀଙ୍କୁ ସମ୍ବର୍ଦ୍ଧନା

**ଭୁବନେଶ୍ୱର, ଆଚାର୍ଯ୍ୟବିହାରସ୍ଥିତ ରାଜ୍ୟର ଅନ୍ୟତମ ପ୍ରତିଷ୍ଠିତ ଅନୁଷ୍ଠାନ ଓ. ଏ. ଏସ. ହବ୍ ର ମୋଟ ୭୦ ଜଣ ଶିକ୍ଷାର୍ଥୀ ଓଡ଼ିଶା ପ୍ରଶାସନିକ ସେବା ୨୦୨୪ ପରୀକ୍ଷାରେ ସଫଳ କୃତକାର୍ଯ୍ୟ ହୋଇ ଅନୁଷ୍ଠାନ ପାଇଁ ଗର୍ବ ଆଣିଛନ୍ତି l ସମୁଦାୟ ଏକଶହ କୋଡିଏ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭୦ଜଣ ଅନ୍ୟ ଙ୍କ କୃତକାର୍ଯ୍ୟ ପାଇଁ ଅନୁଷ୍ଠାନ ଆଜି ଗର୍ବିତ l ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଦୁଇ ଗୁଣ ଅଧିକ ସଫଳତା ପାଇଛନ୍ତି l ସେମାନଙ୍କର ପ୍ରତିଯୋଗିତା ମୂଳକ ପରୀକ୍ଷାରେ ବିଚକ୍ଷଣ ସଫଳତା ଯୋଗୁଁ ସେହି ୭୦ ଜଣ କୃତିତ୍ୱ ଅର୍ଜନ କରିଥିବା ପରୀକ୍ଷାର୍ଥୀଙ୍କୁ ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ସମ୍ବର୍ଦ୍ଧିତ କରାଯାଇଛି l ସମ୍ବର୍ଦ୍ଧନା ଉତ୍ସବରେ ଭୁବନେଶ୍ୱରର ମେୟର ଶ୍ରୀମତୀ ସୁଲୋଚନା ଦାସ, ଓୟୁଏଟି ର ପୂର୍ବତନ ଦିନ୍ ଶ୍ରୀଯୁକ୍ତ ହୃଷିକେଶ ସେନାପତି, ବର୍ତ୍ତମାନର ଡେପୁଟି ସେକ୍ରେଟାରୀ ଶ୍ରୀଯୁକ୍ତ ସନ୍ୟାସୀ ବେହେରା, ଶ୍ରୀଯୁକ୍ତ ଲିଙ୍ଗରାଜ ପାତ୍ର ଏବଂ ବରିଷ୍ଠ ଶିକ୍ଷାବିତ ଶ୍ରୀଯୁକ୍ତ ଗିରିଶ ପ୍ରସାଦ ସ୍ୱାଇଁ ଉପସ୍ଥିତ ରହି ସମ୍ବର୍ଦ୍ଧିତ କରିବା ସହ ତାଙ୍କୁ କୃତଜ୍ଞତା ଜଣାଇଥିଲେ ଏବଂ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ l କାର୍ଯ୍ୟକ୍ରମରେ ଅନୁଷ୍ଠାନର ଲଳିତ ମୋହନ ଦାସ ଅଧିକାରୀ, ଶିବାଶ କୁମାର ହାଜରା, ପ୍ରମୋଦିନୀ ମିଶ୍ର ଏବଂ ଅନୁଷ୍ଠାନର ସଭ୍ୟବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *