ସୋରଡା ଥାନା ଅଧିକାରୀ ସୁଧିର କୁମାର ସାହୁଙ୍କୁ ସମ୍ଭର୍ଦ୍ଧନା

ସୋରଡା :-୨୪/୧୧/୨୪ ,()ଓଡିଶା ସରକାରଙ୍କ ଗୃହ ବିଭାଗର ନିର୍ଦ୍ଦେଶ କ୍ରମେ ୨୦୨୩ ମସିହାରୁ ଦୀର୍ଘ ୧ ବର୍ଷ ୬ ବର୍ଷ ଧରି ସୋରଡା ଥାନା ଅଧିକାରୀ ଅନିଲ କୁମାର ପରିଡ଼ାଙ୍କୁ ବେଗୁନିଆଁପଡ଼ା ଏବଂ କବିସୂର୍ଯ୍ୟନଗର ଥାନା ଅଧିକାରୀ ସୁଧିର କୁମାର ସାହୁଙ୍କୁ ସୋରଡା ଥାନା ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି । ଥାନା ଅଧିକାରୀ ସୁଧିର କୁମାର ସାହୁ ଆଜି ସୋରଡା ଥାନା ଅଧିକାରୀ ଭାବେ ଯୋଗ ଦେଇ ନିଜ ଦାୟିତ୍ଵ ଗ୍ରହଣ କରିଛନ୍ତି l ପୂର୍ବରୁ ସେ କବିସୂର୍ଯ୍ୟନଗର ଥାନାରେ କାର୍ଯ୍ୟରତ ଥିଲେ ।ନୁତନ ଥାନାଧିକାରୀଙ୍କୁ ସୋରଡା ଥାନା ଅଧିକାରୀ ଅନିଲକୁମାର ପରିଡ଼ା ଓ ଅନ୍ୟାନ୍ୟ କର୍ମଚାରୀ ମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ l ସୋରଡା ଥାନା ଅଞ୍ଚଳରେ ପୁର୍ବ ଭଳି ଶାନ୍ତି ଶୃଙ୍ଖଳା ବଜାୟ ରହିବା ନେଇ ସାଧାରଣଜନତା ଆଶା ବାନ୍ଧିଛନ୍ତି । ସୋରଡା ଥାନା ଅଞ୍ଚଳ ଏକ ଭାଇ ଚାରାର ରହିଆସିଛି। ଏଣୁ ଭାଇଚାରା କୁ ସମ୍ମାନ ଜଣାଇ ଜନତା ରହିଛନ୍ତି । ଫଳରେ ସାଧାରଣଜନତା ପୋଲିସ ପ୍ରଶାସନକୁ ସବୁ ସମୟରେ ସହଯୋଗ କରୁଛନ୍ତି । ସୋରଡା ଥାନାର ନୁତନ ଅଧିକାରୀ ସୁଧିର କୁମାର ସାହୁଙ୍କ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ସହିତ ସୋରଡା ସମ୍ବାଦିକଙ୍କ ମାନେ ସ୍ବାଗତ ସମ୍ଭର୍ଦ୍ଧନା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *