ଶ୍ମଶାନରେ କୋକେଇ ଶବକୁ ବିବାଦ
ଶବ ବ୍ଯବଚ୍ଚେଦ ପାଇଁ ପଠାଇଲା ପୋଲିସ ।ସୋରଡ଼ା:(ନାରାୟଣ ଡାକୁଆ)ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଅଧୀନରେ ଥିବା ଓଲମ୍ବା ଗ୍ରାମର 57 ବର୍ଷୀୟ ପ୍ରକାଶ ଗୌଡ଼ ଙ୍କ ଶ୍ମଶାନ କୋକେଇର ଶବକୁ ଜବତ ନେଇ ଉଠିଲା ବିବାଦ । ଜବତ ଶବକୁ ଶବ ବ୍ଯବଚ୍ଚେଦ ନେଇ ଉଠିଲା ପାଟିତୁଣ୍ଡ ।ପରିବାର ଓ ଗ୍ରାମବାସୀଙ୍କ ଶବ ବ୍ଯବଚ୍ଚେଦ କୁ ମନାକରିଥିଲେ ହେଲେ ପୋଲିସର ବୁଝାସୁଝା ପରେ ହୋଇଛି ସମାଧାନ । ଶେଷରେ କୋକେଇରୁ ଶବ କୁ ବଡ଼ଗଡ ପୋଲିସ କରିଛି ଜବତ ଆଉ ଶବ ଉଦ୍ଧାର କରି ଶବ ବ୍ଯବଚ୍ଚେଦ ପାଇଁ ପଠାଇଛି ବଡ଼ଗଡ ପୋଲିସ ।ସୁଚାନାମୁତାବକ ବଡ଼ଗଡ଼ ଓଳମ୍ବା ଗ୍ରାମର 57 ବର୍ଷୀୟ ପ୍ରକାଶ ଗୌଡ଼ଙ୍କ ମୃତ୍ୟୁ ହୋଇଛି । ତାଙ୍କର ଆଜି ସକାଳେ ମୃତ୍ୟୁ ହେବା ଜାଣି ପରିବାର ଓ ଗ୍ରାମବାସୀମାନେ କୋକେଇ କରିଥିଲେ । ହିନ୍ଦୁ ପରମ୍ପରା ନୁଯାଇ ଜାନିବିଲି ଋଷିକୂଲ୍ୟା ନଦୀ ପଠା ଶ୍ମଶାନ କୁ କୋକେଇ ସାହାଯ୍ୟରେ ଶବଦହ ପାଇଁ ନେଇଥିଲେ । ହେଲେ କୋକେଇରୁ ଶବକୁ ଦାହ ହେବାକୁ ଥିବା ବେଳେ ହୋଇଥିଲା ବିବାଦ । ଶବଦାହ ବନ୍ଦ କରିବା ସହିତ ଶବର ବ୍ଯବଚ୍ଚେଦ କୁ ନେଇ ଉପୁଜିଲା ବିବାଦ । କୌଣସି ମତେ ଖବର ପାଇ ପହଞ୍ଚିଥିଲା ପୋଲିସ । ଶବ ଉଦ୍ଧାର ପରେ ଶବ ବ୍ୟବଚ୍ଛେଦକୁ ନେଇ ପରିବାର ଓ ଗ୍ରାମବାସୀ ମାନେ ମାନୁ ନଥିବା ବେଳେ ପୋଲିସ ବହୁ ବୁଝା ସୂଝା କରିଥିଲେ ।

ଶେଷରେ ଶବ ବ୍ୟବଚ୍ଛେଦ ପାଇଁ ରାଜି ହୋଇଥିଲେ ପରିବାର ଲୋକେ l ଶବକୁ ଜବତ କରି ବ୍ଯବଚ୍ଚେଦ କରାଯାଇଛି । ମୃତକ ପ୍ରକାଶ ଗୌଡ଼ଙ୍କ ଶବକୁ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର ମଧ୍ୟ କରାଯାଇଛି l ହେଲେ ଦର୍ଶକ ବନ୍ଧୁ ପୋଲିସ ଶ୍ମଶାନରୁ ଶବକୁ ଜବତ କରିଥିବା ଘଟଣା ପଛରେ କିଛି ରହସ୍ୟ ଲୁଚିରହିଛି ଯାହାକି ଶ୍ମଶାନ ରୁ ଶବଦାହ ପୁର୍ବରୁ ଜବତ କରିଛି । ପ୍ରକାଶ ଥାଉକି ମୃତକ ପ୍ରକାଶ ଗୌଡ଼ ଆଜି ସକାଳେ ଧାନ ମଳିବାକୁ ପାଖ ଗ୍ରାମ ବଖର ପଟା ନିକଟକୁ ଯାଇଥିଲେ। ହେଲେ ସେଠାରେ ଥ୍ରେସର ମସିନରେ ଧାନ ମଳୁଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ପୋଲିସ ପାଖରେ ସୁଚନା ରହିଛି । ଆହୁରି ଚର୍ଚ୍ଚା ଏହାଯେ ପ୍ରକାଶଙ୍କ ମୃତ୍ୟୁ ଧାନ ମଳା ଥ୍ରେସର ମସିନରେ ପଡି ହୋଇଛି ଯାହାକି ସେହି ଗ୍ରାମର ଲୋକେ କଥାବାର୍ତ୍ତା ହେଉଥିବା ଶୁଣିବାରେ ମିଳୁଛି । ଅନ୍ୟ ପଟରୁ ପ୍ରକାଶଙ୍କ ମୃତ୍ୟୁ ହୃଦଘାତରେ ହୋଇଥିବାରୁ ତାଙ୍କ ପରିବାର ଓ ସେହି ଗ୍ରାମର ଲୋକେ କହି ମୃତ ପ୍ରକାଶଙ୍କ ଶବକୁ ଦାହ କରିବା ନେଇ ଋଷିକୂଲ୍ୟା ନଦୀ ପଠାର ଶ୍ମଶାନ କୁ ଆଣିଥିବା ଯୁକ୍ତି ଯାହାକି ଦେଖିବା ମିଳିଛି ଶ୍ମଶାନ ରେ । ହେଲେ ଦର୍ଶକ ବନ୍ଧୁ ଅପରିଚିତ ଖବର ପାଇ ପୋଲିସ ଶ୍ମଶାନରେ ପହଞ୍ଚି ଶବକୁ ଜବତ କରିଛି ଏବଂ ଶବ ବ୍ୟବଚ୍ଛେଦ ପାଇଁ ପଠାଇବାକୁ ବାଧ୍ୟ କରୁଥିବା ଏବଂ ଗ୍ରାମବାସି ମାନୁ ନଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ବିରୋଧ କରାଗଲା ।ଏଣୁ ଏହି ବିବାଦୀୟ ଶବର ବ୍ଯବଚ୍ଚେଦ ରିପୋର୍ଟ ହିଁ ମୃତ୍ୟୁ ର ରହସ୍ୟ ହିଁ ଖୋଲିବ ତାହା ଦେଖିବାକୁ ବାକି l
