କୁମାରବସ୍ତ ଲୋକନାଥ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ

ଖୋର୍ଦ୍ଧା ଉପକଣ୍ଠ କୁମାରବସ୍ତ ରାଉଜିଂଷ୍ଟାର କ୍ରିକେଟ୍ କ୍ଳବ ଆନୁକୁଲ୍ୟରେ ଲୋକନାଥ ଦେବ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଜିଠାରୁ କୁମାରାବସ୍ତ ଖେଳ ପଡିଆ ଠାରେ ଆରମ୍ଭ ହୋଇଛି। ଆଜି ୧୦ ଓଭର ବିଶିଷ୍ଠ ତିନୋଟି ମ୍ୟାଚ୍ ଖେଳାଯାଇଥିଲା।ପ୍ରଥମ ମ୍ୟାଚ୍ ରେ ଟାଙ୍କୋଳ କ୍ରିକେଟ୍ କ୍ଳବ୍ କଲ୍ୟାଣପୁର କ୍ରିକେଟ୍ କ୍ଳବ୍ କୁ ୭ ୱିକେଟ୍ ରେ ପରାସ୍ତ କରିଛି,ଦ୍ଵିତୀୟ ମ୍ୟାଚରେ ଟାଙ୍କୋଳ ଦଳ ଆଇ ଆର ବି ଦଳକୁ ୨୭ ରନ୍ ରେ ପରାସ୍ତ କରିଛି ଏବଂ ତୃତୀୟ ମ୍ୟାଚ୍ ରେ ରାଇଜିଂଷ୍ଟାର କୁମାରବସ୍ତ ଦଳ ଅରାଙ୍ଗ କ୍ରିକେଟ୍ କ୍ଳବ୍ କୁ ୫୦ ରନ ରେ ପରାସ୍ତ କରି ପରବର୍ତ୍ତୀ ପର୍ଯ୍ୟାୟ କୁ ଉନ୍ନୀତ ହୋଇଛନ୍ତି।ଖେଳକୁ ସାନୁଜ ବିଶ୍ଵାଳ,ଛବିନ୍ଦ୍ର ସାହୁ,ସୁଜିତ୍ ପରିଡ଼ା, ଶ୍ରଧାକର ପାତ୍ର ,ସନ୍ଦିପ ପବନସିଂହ ପରିଚାଳନା କରିଥିଲେ, ସ୍କୋରର ଭାବେ ଅମ୍ଳାନ ରାଉତରାୟ,ଆକାଶ,ଗୁଡୁ ପାଟସାହାଣୀ, ଥିଲେ।ଉଦ୍ଘାଟନୀ ମ୍ୟାଚକୁ ୱାଣ୍ଡରେଲ୍ଲା ର ସି ଇ ଓ କଳ୍ପତରୁ ନାୟକ,ସମାଜସେବୀ ସଞ୍ଜୟ ପାଇକରାୟ,ଦୁର୍ଯ୍ୟୋଧନ ପରିଡ଼ା, ସମ୍ବୀଳିତ କର୍ମ ଜିବୀ ସାମ୍ୱାଦିକ ସଂଘ୍ ସଭପତି ପ୍ରକାଶ ହାତୀ,ସମିର ବଳିଆରସିଂହ,କ୍ରିକେଟ୍ ପୃଷ୍ଠପୋଷକ ଅବ୍ୟକ୍ତ ହରିହର ଖାଡଙ୍ଗା ଉପସ୍ଥିତ ରହି ଏହି ଟୁର୍ଣ୍ଣାମେଣ୍ଟର ଶୁଭ ଉଦ୍ଘାଟନ କରିଥିଲେ। ଆସନ୍ତା ଡ଼ିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଚାଲିବ ବୋଲି ସଂଯୋଜକ ବନବିହାରୀ ସ୍ୱାଇଁ ଜଣାଇଛନ୍ତି

Leave a Reply

Your email address will not be published. Required fields are marked *