ସମ୍ବିଧାନକୁ ରକ୍ଷା କରିବା ପାଇଁ ଯୁବକଙ୍କୁ ପ୍ରସ୍ତୁତ

ସମଗ୍ର ଭାରତ ବର୍ଷର ବିଭବ ଏବଂ ବିଭିଦତା ଉପରେ ଏବେ ଆକ୍ରମଣ କରାଯାଉଛି। ଭାରତ ବର୍ଷର ସମ୍ବିଧାନଏବଂ ଭାରତୀୟତା ଉପରେ ମଧ୍ୟ ଆକ୍ରମଣ ହେଉଛି । ଏ ସମସ୍ତ ଆକ୍ରମଣ ହେଉଛି, ଯୁବ ପିଢିକୁ ବିଭ୍ରାନ୍ତ କରିବା ପାଇଁ । ଆଜି ବେକାରୀସମସ୍ୟା ବଢି ବଢି ଯାଉଛି । ସରକାର ନୂଆ ନିଯୁକ୍ତି ସୃଷ୍ଟି କରିବାରେ ବିଫଳ ହୋଇଛନ୍ତି । ମୁଦ୍ରାସ୍ପିତି ନିୟନ୍ତ୍ରଣରେ ନାହିଁ । ଦରଦାମ ହୁ ହୁହୋଇ ବଢୁଛି । ସରକାର ତାକୁ ଅଟକାଇ ପାରୁ ନାହାନ୍ତି । ଏମିତି ଏକ ଅବସ୍ଥାକୁ ଆମେ ଯାଉଛୁ, ଏଠି ଇମ୍ପୋର୍ଟ ବଢ଼ୁଛି ଏବଂ ଏକ୍ସପର୍ଟକମୁଛି । ଆମ ଦେଶର ଅର୍ଥନିତି ତଳକୁ ତଳକୁ ଯାଉଛି । କିନ୍ତୁ ଭାରତ ବର୍ଷର ସରକାର ଭାରତ ବର୍ଷର ହିତରେ, ନୂଆ ନିଯୁକ୍ତି ସୃଷ୍ଟିକରିବାରେ କୌଣସି ନିଷ୍ପତି ନେଇ ପାରୁ ନାହାନ୍ତି । । ଦେଶକୁ ଆଗକୁ ନେବାରେ ବିଫଳ ସରକାର ଧର୍ମ ନାମରେ , ଜାତି ନାମରେସାଂପ୍ରଦାୟିକ ଉନ୍ମାଦନା ତିଆରି କରୁଛନ୍ତି ଏବଂ ଭାରତୀୟତା ଉପରେ ଆକ୍ରମଣ କରୁଛନ୍ତି । ତେଣୁ ଭାରତୀୟତା ଏବଂ ଭାରତ ବର୍ଷରସମ୍ବିଧାନକୁ ରକ୍ଷା କରିବା ପାଇଁ ହେଲେ ଯୁବ ପିଢିଙ୍କୁ ପ୍ରସ୍ତୁତ କରିବାକୁ ହେବ, ବୋଲି ଆଜି କାକଟପୁର ଠାରେ ଆୟୋଜିତ ଭାରତୀୟକମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ରାଜ୍ୟସ୍ତରୀୟ ଜନସେବା ଦଳ ପ୍ରଶିକ୍ଷଣ ଶିବିରକୁ ଉଦ୍‌ଘାଟନ କରି ସିପିଆଇ ଜାତୀୟ ସଂପାଦକ ରାମକୃଷ୍ଣ ପଣ୍ଡାମତବ୍ୟକ୍ତ କରିଛନ୍ତି । ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଜନ ବା ଦଳ ପ୍ରଶିକ୍ଷଣ ଶିବିର ସମାରୋହ ସ୍ଥାନୀୟକୁଣ୍ଢେଇ ହାଟସ୍ଥିତ ଦଳୀୟ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ପୁରୀ ଜିଲ୍ଲା ସଂଗଠକ ସୁରେଶ ଚନ୍ଦ୍ର ବିଶ୍ୱାଳ ଏହି ଉଦ୍‌ଘାଟନଶିବିରରେ ସଭାପତିତ୍ବ କରିଥିଲେ । ସିପିଆଇ ରାଜ୍ୟ ସଂପାଦକ ଆଶିଷ କାନୁନୁଗୋ ମୁଖ୍ୟ ଅତିଥିଭାବେ ଯୋଗଦେଇ ଦେଶ ଓ ରାଜ୍ୟରେବିଜେପି ସରକାରଙ୍କ ଜନବିରୋଧ ଅର୍ଥନିତିକ ତିବ୍ର ସମାଲୋଚନା କରିବା ସହିତ ଦରଦାମ, ବେକାରୀ ବୃଦ୍ଧି ଇତ୍ୟାଦି ସମସ୍ୟାରେ ଲୋକେଅତିଷ୍ଠ ହୋଇଗଲେଣି ବୋଲି ମତବ୍ୟକ୍ତ କରିଥିଲେ । ଏଠାରେ ପ୍ରକାଶ ଯୋଗ୍ୟକି,

Leave a Reply

Your email address will not be published. Required fields are marked *