କାକଟପୁର ହାଇସ୍କୁଲ ର 1966 ବ୍ୟାଚର ବନ୍ଧୁ

କାକଟପୁର ହାଇସ୍କୁଲ ର 1966 ବ୍ୟାଚର ବନ୍ଧୁ ମିଳନକାକଟପୁର ,କାକଟପୁର ସରକାରୀ ଉଚ୍ଚ ବିଦ୍ୟାଳୟର 1966 ବ୍ୟାଚର ଛାତ୍ର ମାନଙ୍କୁ ନେଇ କାକଟପୁର ଦକ୍ଷିଣ ଚଣ୍ଡୀ ଠାକୁରାଣୀଙ୍କ ପାଖରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି, l ପୁରାତନ ଛାତ୍ରମାନେ ସେମାନଙ୍କର ପୁରୁଣା ଦିନର ସ୍ମୃତିକୁ ମନେ ପକାଇବା ସହିତ ଦିବଂଗତ ସ୍କୁଲ ସାଙ୍ଗ ଓ ଶିକ୍ଷକ ମାନଙ୍କ ପାଇଁ ୨ ମିନିଟ ନୀରବ ପାର୍ଥନା କରିଥିଲେ l ପ୍ରତିବର୍ଷ ଉକ୍ତ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ସମସ୍ତେ ମତପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମକୁ ସୁରେନ୍ଦ୍ର ମୋହନ ମିଶ୍ର, ବିଷ୍ଣୁ ଚରଣ ମହାନ୍ତି, ରାମଚନ୍ଦ୍ର ନାୟକ, ରମେଶ ଚନ୍ଦ୍ର ଦୀକ୍ଷିତ, ରବୀନ୍ଦ୍ର ନାଥ ଦୀକ୍ଷିତ, କୃଷ୍ଣ ଚନ୍ଦ୍ର ଗୋଛାୟତ ଉପସ୍ଥିତ ରହିଥିବା ବେଳେ ସେବକ ସମିତି ସମ୍ପାଦକ ପବିତ୍ର କୁମାର ଦୀକ୍ଷିତ, ବାମନ ଚନ୍ଦ୍ର ବରାଳ ପ୍ରମୁଖ ପରିଚାଳନା କରିଥିଲେ l

Leave a Reply

Your email address will not be published. Required fields are marked *