କଳାଙ୍ଗ ଗ୍ରାମପଞ୍ଚାୟତ ଠାରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ

ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକର କଳାଙ୍ଗ ଗ୍ରାମପଞ୍ଚାୟତ ଠାରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଟିତ। କଳାଙ୍ଗ ଗ୍ରାମପଞ୍ଚାୟତର ସରପଞ୍ଚ ବିଶ୍ବରଂଜନ ନାଏକଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ବିଭିନ୍ନ ସରକାରୀ ବିଭାଗ ଓ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଓଡାପଡା ବ୍ଲକର ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ଷଡଙ୍ଗୀ,ତହସିଲଦାର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ବ୍ଲକସ୍ତରୀୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଲୋକ ମାନଙ୍କର ସମସ୍ୟା ଶୁଣିବା ସହିତ କିଛି ସମସ୍ୟାର ସମାଧାନ ବିଭାଗୀୟ ଅଧିକାରୀ ମାନେ କରିବା ସହିତ ଆଉ କିଛି ସମସ୍ୟାର ସମାଧାନ କରାଯିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ପ୍ରାୟ 30 ଟି ବିଭାଗର ଅଧିକାରୀମାନେ ଯୋଗଦେଇ ଥିଲେ।ଲୋକଙ୍କର ସହଜ ଭାବରେ ଆସୁ ସମାଧାନ କରିଥିଲେ।ଗ୍ରାମାଞ୍ଚଳରେ ସରକାରୀ ଅଧିକାରୀ ରହି ଲୋକଙ୍କର ସରକାରୀ କ୍ଷେତ୍ରର ଅସୁବିଧା ଦୂରକରି ଲୋକଙ୍କୁ ସାହାଯ୍ୟ ସହଯୋଗ କରିବା ସରକାରଙ୍କ ଲକ୍ଷ ବୋଲି ସମସ୍ତ ଅଧିକାରୀ କହିଥିଲେ ।

Leave a Reply

Your email address will not be published. Required fields are marked *