ମୁଖ୍ୟ ଶାସନ ସଚିବ ଙ୍କ ନୌସେନା ଦିବସ କାର୍ଯ୍ୟକ୍ରମର ସମୀକ୍ଷା

ପୁରୀ , ଡିସେମ୍ବର ୪ ତାରିଖରେ ପୁରୀ ବ୍ଲୁ ଫ୍ଲାଗ ବିଚ ଠାରେ ଅନୁଷ୍ଠିତ ହେବ ନୌସେନା ଦିବସ।ଏହି କାର୍ଯ୍ୟକ୍ରମ ରେ ମହାମହୀମ ରାଷ୍ଟ୍ରପତି ଙ୍କ ଯୋଗଦାନ ଥିବାରୁ ସମସ୍ତ କାର୍ଯ୍ୟ ଯେପରି ଶୃଙ୍ଖଳିତ ଭାବେ ସମ୍ପର୍ଣ୍ଣ ହେବ ସେଥିପାଇଁ ସମସ୍ତ କାର୍ଯ୍ୟ ର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା। ଆଜି ଅପରାହ୍ନରେ ସର୍କିଟ ହାଉସ ଠାରେ ନୌସେନା ଦିବସ ପାଳନ ନିମିତ୍ତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଶ୍ରୀ ଆହୁଜା ନୌସେନା ଦିବସ ପାଳନ ସହ ମହାମହୀମ ରାଷ୍ଟ୍ରପତି ଙ୍କ ଗସ୍ତ ପାଇଁ ବିଭିନ୍ନ କାର୍ଯ୍ୟ ର ସମୀକ୍ଷା କରିଥିଲେ।ମହାମହୀମ ରାଷ୍ଟ୍ରପତି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ,ଗୋପବନ୍ଧୁ ଆୟୁର୍ବେଦିକ ମେଡ଼ିକାଲ ର ହୀରକ ଜୟନ୍ତୀ ପାଳନ ଓ ବ୍ଲୁ ଫ୍ଲାଗ ବିଚ ଠାରେ ନୌସେନା ଦିବସ ପାଳନ ରେ ଯୋଗ ଦେବେ।ତେଣୁ ସମସ୍ତ କାର୍ଯ୍ୟ କୁ ଅତ୍ୟନ୍ତ ଶୃଙ୍ଖଳିତ ଭାବେ ପରିଚାଳନା ପାଇଁ ସେ ପରାମର୍ଶ ଦେଇଥିଲେ।ବ୍ୟାରିକେଡ ନିର୍ମାଣ, ରାସ୍ତା ଘାଟ ମରାମତି, ପାନୀୟ ଜଳ ବ୍ୟବସ୍ଥା, ଶୌଚାଳୟ ବ୍ୟବସ୍ଥା, ଆଇନ ଶୃଙ୍ଖଳା ବ୍ୟବସ୍ଥା, ଟ୍ରାଫିକ ନିୟନ୍ତ୍ରଣ, ପାର୍କିଂ ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ସ୍ବାସ୍ଥ୍ୟ ବ୍ୟବସ୍ଥା ଓ ଆମ୍ବୁଲାନ୍ସ ବ୍ୟବସ୍ଥା, ପରିଷ୍କାର ପରିଛନ୍ନତା ବ୍ୟବସ୍ଥା, ନିରବଚ୍ଛିନ୍ନ ବିଦ୍ୟୁତ ବ୍ୟବସ୍ଥା,ପାର୍କିଂ ଓ ଟ୍ରାଫିକ ବ୍ୟବସ୍ଥା ସମ୍ପର୍କରେ ସେ ସମୀକ୍ଷା କରିଥିଲେ।ଆସୁଥିବା ଅତିଥି, ପର୍ଯ୍ୟଟକ ମାନେ ଯେମିତି ଏକ ସୁଖଦ ଅନୁଭବ ଓ ସକରାତ୍ମକ ଭାବନା ନେଇ ଯିବେ ସେଥି ପ୍ରତି ଯତ୍ନ ବାନ ହେବାକୁ ସେ ପରାମର୍ଶ ଦେଇଥିଲେ।ପୂର୍ତ୍ତ ବିଭାଗ ପ୍ରମୁଖ ସଚିବ ବୀର ବିକ୍ରମ ଯାଦବ କାର୍ଯ୍ୟ ର ଅଗ୍ରଗତି ସମ୍ପର୍କରେ ଅବଗତ କରାଇଥିଲେ।ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସପି ବିନୀତ ଅଗ୍ରୱାଲ ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠ,ସ୍ବାସ୍ଥ୍ୟ ସଚିବ ଅଶ୍ବତୀ ଏସ,ଅତିରିକ୍ତ ଡିଜି ସଞ୍ଜୀବ କୁମାର ପଣ୍ଡା,ପରିବହନ କମିଶନର ଅମିତାଭ ଠାକୁର,ଡିଆଇଜି ଅଖିଳେଶ୍ବର ସିଂ, ଚରଣ ସିଂ ମୀନ ଓ କନୱ୍ବର ବିଶାଲ ସିଂ,ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଯୋଗ ଦେଇ ଥିଲେ।

Leave a Reply

Your email address will not be published. Required fields are marked *