ଦାବି ପୂରଣ ପାଇଁ ଆନ୍ଦୋଳନକୁ ଓହ୍ଲାଇବାକୁ ସମିତିସଭ୍ୟ/ସଭ୍ୟା ଙ୍କ ପୁଣି ନୂତନ ରଣନୀତି ଆରମ୍ଭ।

ସଂଗଠନ ସୁଦୃଢ଼ ପାଇଁ ୭ ଜଣିଆ ପ୍ରତିନିଧି ଦଳ ଗଠନ। ଆଜିଠାରୁ ଜିଲ୍ଲା ପରିକ୍ରମା ଓ ବ୍ଲକ କମିଟି ନିକଟକୁ ଗସ୍ତ। ବ୍ଲକର ସମସ୍ତ ସମିତିସଭ୍ୟ/ସଭ୍ୟା ଙ୍କୁ ଦେବେ ନୂତନ ରଣନୀତି କର୍ଣ୍ଣମନ୍ତ୍ର।ଫୁଲବାଣୀ: ସମିତିସଭ୍ୟ/ସଭ୍ୟା ମହାସଂଘର ସଙ୍ଗଠନ କୁ ମଜଭୂତ ତଥା ସୁଦୃଢ଼ କରିବାପାଇଁ ଦିନକୁ ଦିନ ନୂତନ ନୂତନ ରଣନୀତି ଯୋଜନା କରୁଥିବା ଜଣାପଡିଛି।ସମିତିସଭ୍ୟ ପ୍ରକୃତ ପଦବୀର ଅଧିକାର ପାଇବା ପାଇଁ ଓ ସରପଞ୍ଚଙ୍କ ଭଳି ସାମ୍ବିଧାନିକ ସୁପାରିଶ ଅଧିକାର ସହିତ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଲୋକଙ୍କ ଅଭିଯୋଗକୁ ଗ୍ରହଣ କରିବା ସହିତ ଜଣେ ଅଭିଯୋଗ କାରୀଙ୍କୁ ସରକାରୀ ଯୋଜନା ଉପରେ ସଚେତନ କରିବା ପାଇଁ ସମିତିସଭ୍ୟଙ୍କ ସ୍ଵତନ୍ତ୍ର ପ୍ରକୋଷ୍ଠ କାର୍ଯ୍ୟାଳୟ କରାଯିବା ପାଇଁ ଦୀର୍ଘ ଓ ସମସ୍ତ ସରକାରୀ କାର୍ଯ୍ୟରେ ସମିତିସଭ୍ୟ ଙ୍କୁ ସୁପାରିଶ କ୍ଷମତା ଦିଆଯିବା ସହିତ ସ୍ଵତନ୍ତ୍ର ପାଣ୍ଠି ପ୍ରଦାନ ପାଇଁ ଦୀର୍ଘ ଦିନ ହେବ ନିଜର ଲଢେ଼ଇ ଜାରି ରଖିଥିବା ବେଳେ ତତ୍ କାଳୀନ ସରକାରଙ୍କ ଠାରୁ ଭତା ବୃଦ୍ଧି କରିବାରେ ସଫଳ ହୋଇଛି ସତ ତାହା ମଧ୍ଯ ସନ୍ତୋଷ ଜନକ ହୋଇ ପାରିନାହିଁ। ଖାଲି ସେତିକି ନୁହେଁ। ୫ ବର୍ଷ ପରେ ସମିତିସଭ୍ୟ ଙ୍କୁ ଅବସର କାଳୀନ ଭତା ଲାଗୁ କରାଯିବାକୁ ମଧ୍ଯ ଦାବି କରି ଆସୁଛନ୍ତି। ହେଲେ ନୂତନ ସରକାରଙ୍କ ନିକଟରେ ସଙ୍ଘ ପକ୍ଷରୁ ଦାବିପତ୍ର ପ୍ରଦାନ କରିଥିଲେ ସୁଦ୍ଧା ୩ ମାସରୁ ଉର୍ଦ୍ଧ୍ବ ଦିନ ବିତିଯାଇଥିଲେ ମଧ୍ୟ ସରକାରଙ୍କ ଠାରୁ କୌଣସି ସୂଚନା ପାଇ ନ ଥିବା ଯୋଗୁଁ ନିଜକୁ ନିରାଶ ମନେକରି ପୁଣି ଆନ୍ଦୋଳନକୁ ଓହ୍ଲାଇବାକୁ ରଣନୀତି ଉଦ୍ୟମ ଆରମ୍ଭ କରିଛି। ସମସ୍ତ ସମିତିସଭ୍ୟ/ସଭ୍ୟା ମାନଙ୍କୁ ଅଣ୍ଟା ଭିଡ଼ିବାକୁ ଆହ୍ଵାନ ଦେବାପାଇଁ ସଂଘର ଜିଲ୍ଲା କମିଟି ରୁ ୭ ଜଣିଆ ପ୍ରତିନିଧି ଦଳ ଗଠନ କରି ଜିଲ୍ଲାର ପ୍ରତୀ ବ୍ଲକକୁ ଗସ୍ତକରି ବ୍ଲକ କମିଟିକୁ ସୁଦୃଢ଼ କରିବା ପାଇଁ ଓ ସମସ୍ତ ସମିତିସଭ୍ୟ/ସଭ୍ୟାଙ୍କୁ କର୍ଣମନ୍ତ୍ର ଦେବକୁ ଆଜି ୩ ତାରିଖ ମଙ୍ଗଳବାର ଦିନ ଠାରୁ ଅଭିଯାନ ଆରମ୍ଭ କରିଛି। ଜିଲ୍ଲାର ବାଲିଗୁଡ଼ା ସବଡ଼ିଭିଜନ କୋଟଗଡ଼,ତୁମୁଡ଼ିବନ୍ଧ ଓ ବାଲିଗୁଡ଼ା ଗସ୍ତ କରିଛନ୍ତି ୭ ଜଣିଆ ପ୍ରତିନିଧି ଦଳ। ଏଭଳି ଜିଲ୍ଲା ପରିକ୍ରମା କରି ପ୍ରତି ବ୍ଲକ ରେ ସମିତିସଭ୍ୟ/ସଭ୍ୟା ଙ୍କୁ ନେଇ ବୈଠକ କରିବା ସହିତ ଆନ୍ଦୋଳନକୁ ଓହ୍ଲାଇବାକୁ ସୂଚନା ଦେବେ ୭ ଜଣିଆ ପ୍ରତିନିଧି ଦଳ ବୋଲି ଜିଲ୍ଲା ମହାସଙ୍ଘ ସଭାପତି ବୈଦ୍ୟନାଥ ବେହେରା ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି। ସରକାର ଏଥିପ୍ରତି ଦୃଷ୍ଟି ଆକର୍ଷଣ କରି ସମିତିସଭ୍ୟ/ସଭ୍ୟା ଙ୍କ ଦୁଃଖ ବୁଝୁଛନ୍ତି ନା ଚୁପ୍ ରହୁଛନ୍ତି ତାହା ଆଗକୁ ଦେଖିବାକୁ ବାକିଅଛି।

Leave a Reply

Your email address will not be published. Required fields are marked *