ଜଗତସିଂହପୁର ସ୍ଥିତ ସ୍ୱତନ୍ତ୍ର ବିଦ୍ୟାଳୟ ଠାରେ ଆନ୍ତର୍ଜାତୀୟ ଭିର୍ଣ୍ଣକ୍ଷମ ଦିବସ ପାଳିତ
ଜଗତସିଂହପୁର ସ୍ଥିତ ସ୍ୱତନ୍ତ୍ର ବିଦ୍ୟାଳୟ ଠାରେ ଆନ୍ତର୍ଜାତୀୟ ଭିର୍ଣ୍ଣକ୍ଷମ ଦିବସ ପାଳିତ ପାଳିତ ହୋଇ ଯାଇଛି । ଏହି ଅବସରରେ ଏକ ରାଲି ସହର ପରିକ୍ରମା କରିଥିଲା ।ପରେ ସଭାରେ ମୁଖ୍ୟ ଅତିଥି ଭାବରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ଜିଲ୍ଲାପାଳ ଜେ ସୋନାଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ ଭୋଇ, ପୋୖରାଧକ୍ଷ। ଅର୍ଚ୍ଚନା ସିଂ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇ ସ୍ୱତନ୍ତ୍ର ବିଦ୍ୟାଳୟରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ସେମାନେ କିପରି ମୁଖ୍ୟ ଶ୍ରୋତରେ ସାମିଲ ହୋଇ ପାରିବେ ଏଥିପ୍ରତି ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ଅତିଥିମାନେ କହିଛନ୍ତି ।
ଜଗତସିଂହପୁରରୁ ରିତା ସାହୁ
