ଧାମନଗରରେ ଡାଇମଣ୍ଡ କ୍ଲବ ତରଫରୁ ସ୍ଵଛତା ଅଭିଯାନ କାର୍ଯ୍ୟକ୍ରମ

ଧାମନଗରରେ ଡାଇମଣ୍ଡ କ୍ଲବ୍ ତରଫରୁ ସ୍ଵଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଡାଇମଣ୍ଡ କ୍ଲବ୍ ର ସଭାପତି ଏମ୍.ଡି ମୁସ୍ତାଫିଜ ଅହେମଦ , ସମ୍ପାଦକ ଏସ୍.କେ ନସିମୁଦ୍ଧିନ ଓ ସମାଜସେବୀ ଏମ୍.ଡି ନୁରାନୀ ବାବୁଙ୍କ ଆହ୍ଵାନ କ୍ରମେ ଏହି ସ୍ଵଛତା ଅଭିଯାନ କାର୍ଯ୍ୟକ୍ରମ ଟି ସୂଚାରୁ ରୂପେ ସମ୍ପାଦନ ହୋଇଯାଇଛି।ଡାଇମଣ୍ଡ କ୍ଲବ୍ ର ସମସ୍ତ ସଦସ୍ୟ ଙ୍କ ସହିତ ସଭାପତି, ସଂପାଦକ ଓ ସମାଜସେବୀ ଜଣକ ସହରର ମୁଖ୍ୟ ରାସ୍ତାକୁ ଝାଡୁ କରି ସାରିବା ପରେ ଭାରତ ପ୍ରସିଦ୍ଧ ହଜୁର ମୁଜାହିଦେ ମିଲ୍ଲତ ଙ୍କର ତୀର୍ଥ ସ୍ଥଳି କୁ ଖୁବ୍ ପରିସ୍କାର ,ପରିଛନ ଭାବେ ଝାଡୁ କରି ଥିଲେ।ଶେଷରେ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସି ସେଠାରେ ମଧ୍ୟ ଝାଡୁ ମାରି ଚତୁର୍ପାଶ୍ଵକୁ ପରିସ୍କାର କରିଥିଲେ ଏବଂ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିବା ରୋଗୀ ମାନଙ୍କୁ ପାଉଁରୁଟି ଓ ଫଳ ପ୍ରଦାନ କରିବା ପାଇଁ ଡାକ୍ତର ଙ୍କର ସାହାଯ୍ୟ ଲୋଡ଼ିଥିଲେ। ତେଣୁ ଏହି ମହତ କାର୍ଯ୍ୟରେ ସହଯୋଗ କରିବା ପାଇଁ ବିନା ଦ୍ବିଧାରେ ଡକ୍ଟର କାମିନୀ ମାଝୀ ଆଗେଇ ଆସିଥିଲେ।ନିଜେ ଡକ୍ଟର କାମିନୀ ମାଝୀ ରୋଗୀ ମାନଙ୍କୁ ପାଉଁରୁଟି ଓ ଫଳ ପ୍ରଦାନ କରୁଥିବାର ଦୃଶ୍ୟ ଅତି ପ୍ରଶଂସନୀୟ ହୋଇଥିବାର ଦେଖିବାକୁ ମିଳିଥିଲା,ଏହି ମହତ କାର୍ଯ୍ୟରେ ଡାକ୍ତରଖାନାରେ ଥିବା କାର୍ଯ୍ୟରତ କର୍ମଚାରୀ ମର୍ଜିନା ବିବି ଏବଂ ଅନ୍ୟ କର୍ମଚାରୀ ମାନେ ମଧ୍ୟ ସହଯୋଗ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।ଏପରି ଜନହିତକର କାର୍ଯ୍ୟ କରୁଥିବାରୁ “ଧାମନଗର ଡାଇମଣ୍ଡ କ୍ଲବ୍”କୁ ଧାମନଗର ଡାକ୍ତରଖାନାରେ କାର୍ଯ୍ୟରତ ଡକ୍ଟର କାମିନୀ ମାଝୀ ଅନେକ ଅନେକ ପ୍ରଶଂସା କରିଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଏବଂ ଧାମନଗରର ଅନେକ ବିଜ୍ଞଜନମାନେ ମଧ୍ୟ ପ୍ରଶଂସା କରିଥିବାର ସୂଚନା ମିଳିଛି।।

ରିପୋର୍ଟ :-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *