ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ କୁଶପୁତ୍ତଳା ଦାହ, ଶୋଭାଯାତ୍ରା
ଭଦ୍ରକ : ୨୨/୧୦:- ଆଜି ଅଖିଳ ଭାରତ ପ୍ରଗତୀଶୀଳ ମହିଳା ସମିତି(ଆଇପୁଆ) ପକ୍ଷରୁ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରା ଓ ପ୍ରତିବାଦ ସଭା ସଂପାଦିକା ତଥା ରାଜ୍ୟ ସହ ସଂପାଦିକା ଜୟନ୍ତୀ ବିଶ୍ୱାଳଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବନ୍ତ ଛକ ଠାରୁ ଏହି ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ସିପିଆଇ(ଏମଏଲ) ଲିବରେସନର ଜିଲ୍ଲା ସଂପାଦକ ସମର ବଳଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ଘଟଣାରେ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବାକୁ ସେ ଦାବି କରିଥିଲେ ।
ରିପୋର୍ଟ :-ପୁନିଲ କୁମାର ସାମନ୍ତ।
