ବହୁଜନ ସମାଜପାର୍ଟିର ନିର୍ବାଚନ ନିମନ୍ତେ ରଣନୀତି ପ୍ରସ୍ତୁତି

ଭଦ୍ରକ :୨୨/୧୦:- ଭଦ୍ରକ ଜିଲ୍ଲା କାର୍ଯ୍ୟାଳୟ ସାହାପୁରୁ ଠାରେ ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବହୁଜନ ସମାଜପାର୍ଟିର ଜୋନ ସ୍ତରୀୟ ଏକଦିବସୀୟ ପ୍ରଶିକ୍ଷଣ ଶିବିର ଆଜି ଜିଲ୍ଲା ସଂଯୋଜକ ଇଂ ରାଜୀବଲୋଚନ ଜେନାଙ୍କ ମଞ୍ଚ ପରିଚାଳନାରେ ଓ ଜିଲ୍ଲା ସଭାପତି ଇଂ ଶୁଭେନ୍ଦୁ ମଲ୍ଲିକ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶା ପ୍ରଦେଶର ଜୋନ ସଂଯୋଜକ ଧୀମାନ ସୁବ୍ରତ ସାମଲ, ବିଭୁତିଭୂଷଣ ମାଝୀ, ସୁଧୀର ନାୟକ, ଅହମ୍ମଦ ଖାନ୍‌, ଅର୍ଜୁନ ଚରଣ ମଲ୍ଲିକ, ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ମାଧବାନନ୍ଦ ମଲ୍ଲିକ ପ୍ରମୁଖ ଅତିଥି ଭାବେ ଯୋଗଦେଇ କର୍ମୀମାନଙ୍କୁ ମାର୍ଗ ଦର୍ଶନ କରିଥିଲେ ।

ରିପୋର୍ଟ :-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *