ଅସହ୍ୟ ଜାଡ ରେ ଜନ ଜାତୀୟ ଅସ୍ତବ୍ୟସ୍ତ

ଧରାକୋଟ:-୧୭/୧୨ ଧରାକୋଟ ଅଞ୍ଚଳରେ ତାପମାତ୍ରା ନିମ୍ନ ଗାମୀ ହେବା ଫଳରେ ଦିନକୁ ଦିନ ଥଣ୍ଡାର ମାତ୍ରା ବଢିବାରେ ଲାଗିଛି। ସନ୍ଧ୍ୟା ସମୟରେ ଜାଡ ଆରମ୍ଭ ହେବା ଯୋଗୁଁ ଦୋକାନ ବଜାର ସୁନ ସାନ ହୋଇଯାଇଥିବା ବେଳେ ପ୍ରଭାତରୁ ଘନ କୁହୁଡି ଯୋଗୁଁ ରାସ୍ତା ଘାଟ ସୁନ ସାନ ହୋଇଯାଉଛି। ଲୋକେ ସକାଳୁ ବଜାର,ମେଡିକାଲ ସମନା,ନେଳିଆ ପୋଖରୀ ହିଡ,ଧରାକୋଟ ବ୍ରିଜ ଛକ, ରଥପଦା ଓ ଚାନ୍ଦିନୀ ତଳ ଆଗରେ ନିଆଁ ଲଗାଇ ଭିଡ ଜମାଉଛନ୍ତି। ଅନ୍ୟ ପଟରେ ଚାଷୀ ମାନେ ଲୋକ ଧରି ଥଣ୍ଡା କୁ ନଡ଼ରି ଅମଳ ଧାନ ବୋହିବା ଓ ମଳିବା ରେ ଲାଗି ପଡ଼ୁଛନ୍ତି । ସେହିପରି ଛାତ୍ର ଛାତ୍ରୀ ମାନେ ଘରୋଇ ଟିଉସନ ରେ ପାଠ ପଢିବା ପାଇଁ ପ୍ରବଳ ଜାଡ ରେ ଯାଉଥିବା ବେଳେ ପୁରୁଷ ଓ ମହିଳା ମାନେ ସକାଳୁ ଚାଲିବା ପାଇଁ ଧାଡି ଧାଡି ହୋଇ ଯାଉଥିବା ଦେଖା ଯାଉଛି। ସର୍ବୋପରି ଧରାକୋଟ ଓ ଏହାର ଆଖ ପାଖ ଅଂଚଳରେ ଜନଜୀବନ ଏକ ରକମ ଅସ୍ତବ୍ୟସ୍ତ ହୋଇପଡିଥିଲେ ମଧ୍ୟ ଲୋକେ ଜାଡ କୁ ନଡରି ନିଜ ନିଜ ର ନିତିଦିନିଆ କାମରେ ବ୍ୟସ୍ତ ରହୁଛନ୍ତି ।

Leave a Reply

Your email address will not be published. Required fields are marked *