ସଶକ୍ତ ସମାଜ

“ଏକ୍ସଆଇ ଏମ୍ ବିଶ୍ଵବିଦ୍ୟାଳୟର ଏନ଼ ଏସ୍ଏସ୍ ଶାଖା ପକ୍ଷରୁ ନିରଞ୍ଜନପୁର ଗ୍ରାମରେ ସପ୍ତାହ ବ୍ୟାପି ଏକ ସେବା ଶିବିର ଆୟୋଜିତ ଜଟଣୀ l ଏନ୍ଏସ୍ଏସ୍ ୟୁନିଟ୍ ୧ ଶାଖା ୟୁନିଟ୍‌ ୭ ସହ ମିଶି ସପ୍ତାହବ୍ୟାପି ଏକ ଗ୍ରାମୀଣ କ୍ୟାମ୍ପ ନିକଟସ୍ଥ ନିରଞ୍ଜନପୁର ଗ୍ରାମରେ ଆୟୋଜନ କରା ଯାଇଥିଲା। ପ୍ରଥମ ଦିନ ଏନ୍ଏସ୍ଏସ୍ ର ସଭ୍ୟମାନେ ଗାଁକୁ ଯାଇ ଲୋକମାନଙ୍କୁ କ୍ୟାମ୍ପରେ ଭାଗ ନେବା ଓ ସେମାନଙ୍କ ସମସ୍ୟା କହିବା ନିମନ୍ତେ ବୁଝାଇଥିଲେ। ତାପରେ ସେମାନେ ସମସ୍ୟା ଗୁଡ଼ିକୁ ଓ ଲୋକମାନଙ୍କର ଜୀବନ ଧାରଣର ମାନ ଲେଖି ରଖିଥିଲେ। ଦୃତୀୟ ଦିନ ସେଚ୍ଛାସେବୀ ମାନେ ନିରଞ୍ଜନପୁର ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ସେଠାରେ ସେମାନେ ଶିକ୍ଷା ଓ ଦକ୍ଷତା ବିକାଶ ର କର୍ମଶାଳା ଆୟୋଜନ କରିଥିଲେ ଏବଂ ପିଲାମାନଙ୍କୁ ସେମାନଙ୍କର ସୃଜନ ଶକ୍ତିକୁ ବିକଶିତ କରିବାପାଇଁ ହସ୍ତକଳା ପାଇଁ ଦରକାରୀ ଜିନିଷ ଦେଇଥିଲେ । ସ୍ଵେଚ୍ଛାସେବୀ ମାନେ ସେମାନଙ୍କୁ ଏହି ସବୁ କାମରେ ସାହାଯ୍ୟ ମଧ୍ୟ କରିଥିଲେ | ତୃତୀୟ ଦିନ ସମ୍ପୂର୍ଣ୍ଣ ରୁପେ ସ୍ୱଚ୍ଛତା ଉପରେ ପର୍ଯ୍ୟବେସିତ ଥିଲା l ଗ୍ରାମବାସୀଙ୍କ ସହ ଏକ୍ ଏସ୍ଏସ୍ ସ୍ଵେଚ୍ଛାସେବୀ ମାନେ ମିଶି ଗ୍ରାମର ସଫେଇ କାମ କରିଥିଲେ।ଗ୍ରାମବାସୀଙ୍କୁ ଛୋଟ ଛୋଟ ଗୁର୍ରେ ଭାଗ କରା ଝାଡ଼ୁ, ପଲିଥିନ୍, ମାସ୍କ, ଗ୍ଳୋଭ୍ ସବୁ ଦିଆ ହୋଇଥିଲା। ଚତୁର୍ଥ ଦିନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ କରାଯାଇଥିଲା।ଏଥିରେ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଏନ୍‌ଏସ୍ଏସ୍ ସ୍ବେଛାସେବୀ ମାନେ ଏକ ନାଟକ କରିଥିଲେ ଯାହାକି ଡ୍ରଗ,ସାଇବର୍ ଠକାମୀ ଉପଭୋକ୍ତା ଅଧିକାର ଉପରେ ପର୍ଯ୍ୟବେସିତ ଥିଲା । ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲ।। ତାପର ଦିନ ସ୍ବେଛାସେବୀ ମାନେ ଗ୍ରାମବାସୀଙ୍କୁ ଋତୁସ୍ରାବ ଜନିତ ପରିଚ୍ଛନ୍ନତା ସୁଷମ ଖାଦ୍ୟର ଆବଶ୍ୟକତା ଉପରେ ବୁଝାଇଥିଲେ। ସ୍ଵେଚ୍ଛାସେବୀମାନେ ଘରକୁ ଘର ଯାଇ ବୁଝାଇଥିଲେ।ଗ୍ରାମବାସୀ ମାନେ ସ୍ଵଇଚ୍ଛାରେ ସ୍ୱେଚ୍ଛାସେବୀଙ୍କ ସହ ଯୋଗ ଦେଇଥିଲେ। ଷଷ୍ଠ ଦିବସଟି ଉତ୍ସାହର ଦିନଥିଲା। ଏହିଦିନ ସମ୍ପୁର୍ଣ୍ଣ ରୁପେ ସ୍ୱାସ୍ଥ୍ୟ ,ଖେଳ ଓ ବ୍ୟାୟାମ ଉପରେ ଆଧାରିତ ଥିଲା।ଏହିଦିନ ପନ୍ଦର ଓଭର୍ ବିଶିଷ୍ଟ ଏକ କ୍ରିକେଟ୍ ମ୍ୟାଚ୍ ଗ୍ରାମବାସୀ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମଧ୍ୟରେ ଖେଳା ଯାଇଥିଲା। ଯେଉଁଥିରେ ବିଶ୍ୱବିଦ୍ୟାଳୟ ଜିତିଥିଲା। ଶେଷ ଦିନ ଗାଁର ମନ୍ଦିର ନିକଟରେ ଆଇନ୍ ସମ୍ବନ୍ଧୀୟ କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା। ଏଥିରେ କଟକ ହାଇକୋର୍ଟର ଆଡ଼୍‌ଭୋକେଟ୍ ସିଦ୍ଧାର୍ଥ ପରିଡ଼ା ଉପସ୍ଥିତ ଥିଲେ। ଗ୍ରାମବାସୀମାନେ ସମ୍ପତ୍ତି ବିବାଦ ସହ ଅନ୍ୟ ସମସ୍ୟା ମଧ୍ୟ ଆଲୋଚନା କରିଥିଲେ । ହୋ ସହ ସପ୍ତାହ ବ୍ୟାପି ଚାଲିଥିବା ଶିବିର ସମାପ୍ତ ହୋଇଥିଲା। ହୋ ଗ୍ରାମବାସୀ ଓ ସ୍ବେଚ୍ଛାସେବୀ ଉଭୟଙ୍କ ପାଇଁ ଉତ୍ତମ ଅନୁଭୁତି ଥିଲା । ହେ କ୍ୟାମ୍ପ ମାଧ୍ୟମରେ ସାମାଜିକ ସଚେତନତା , ଶିକ୍ଷା ଭିତ୍ତିକ କାର୍ଯ୍ୟକ୍ରମ ଓ ଅନ୍ୟାନ କାଯବକ୍ରମ କରାଯାଇଥିଲା ଯାହା ଗ୍ରାମର ଉନ୍ନତି ନିମନ୍ତେ ସହାୟକ ହୋଇ ପାରିବ । ଏନ୍ଏସଏସ୍ ସ୍ଵେଚ୍ଛାସେବୀ ମାନେ ଗ୍ରାମର ଉନ୍ନତି ତଥା ସମାଜ ଏବଂ ବିଶ୍ଵବିଦ୍ୟାଳୟ ମଧ୍ୟରେ ସମ୍ପର୍କ କୁ ମଜବୁତ କରିପାରିଲେ l

ଜଟଣୀରୁ ସ୍ଵତନ୍ତ୍ର ପ୍ରତିନିଧି ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ।

Leave a Reply

Your email address will not be published. Required fields are marked *