ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି
ଶୀତ ଯୋଗୁ କୌଣସି ଲୋକ ପୀଡିତ ନହେବା ଉଦେଶ୍ୟରେ ମାନବ ସେବା ସମିତି ପକ୍ଷରୁ ବ୍ୟାସନଗର ସ୍ଥିତ ଜରିସାହିରୁ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି l ଆଜି ମାନବ ସେବା ସମିତିର ସଦସ୍ୟ ମାନେ ଜରିସାହି ସ୍ଥିତ ସତ୍ୟସାଇ ମନ୍ଦିର ନିକଟରେ ପହଂଚିଥିଲେ l ଏଥିସହିତ ଏହି ସାହିରେ ରହୁଥୁବା ଅସହାୟ ୮୦ ଜଣ ପରିବାରକୁ ସମିତି ପକ୍ଷରୁ କମ୍ବଳ ବଣ୍ଟନ କରିଥିଲେ l ତେବେ ବ୍ୟାସନଗର ସହରରେ ଅସେହ ଶୀତକୁ ଦୃଷ୍ଟିରେ ରଖି ଆଖପାଖ ଅଞ୍ଚଳରେ ରହୁଥୁବା ବସ୍ତିବାସିନ୍ଦାଙ୍କୁ କମ୍ବଳ ବଣ୍ଟନ କରାଯିବ ବୋଲି ମାନବ ସେବା ସମିତି ପକ୍ଷରୁ ସୂଚନା ଦିଆଯାଇଛି l
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live
