ବିଶିଷ୍ଟ ସମାଜ ସେବୀ ଓ ବରିଷ୍ଠ ଧର୍ମପରାୟଣ ବ୍ୟକ୍ତି ସ୍ବର୍ଗତ ଗିରିଧାରୀ ସାହୁ ଙ୍କ ଏକାଦଶାହ
ବିଶିଷ୍ଟ ସମାଜ ସେବୀ ଓ ବରିଷ୍ଠ ଧର୍ମପରାୟଣ ବ୍ୟକ୍ତି ସ୍ବର୍ଗତ ଗିରିଧାରୀ ସାହୁ ଙ୍କ ଏକାଦଶାହରେ ଗଁଦିଆ ସ୍ମୃତି ସଂସଦ ତରଫରୁ ସ୍ମୃତି ଚାରଣ ସଭା ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ଷଡ଼ଙ୍ଗୀ ଗ୍ରାମ ପଞ୍ଚାୟତ ର ଝାରଦା ଗ୍ରାମ ରେ ବିଶିଷ୍ଟ ସମାଜସେବୀ ଓ ବରିଷ୍ଠ ଧର୍ମପରାୟଣ ବ୍ୟକ୍ତି ସ୍ବର୍ଗତ ଗିରିଧାରୀ ସାହୁ ଙ୍କ ଏକାଦଶାହରେ ସ୍ମୃତି ଚାରଣ ସଭା ତାଙ୍କ ବାସଭବନରେ ଗଁଦିଆ ସ୍ମୃତି ସଂସଦ ର ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁ ଙ୍କ ଆମନ୍ତ୍ରଣ ରେ ସ୍ମୃତି ସଂସଦ ଗଁଦିଆ ର ଉପଦେଷ୍ଟା ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଦଣ୍ଡଧର ସାହୁ ଙ୍କ ଅଧ୍ୟକ୍ଷତାରେ ଡିସେମ୍ବର ମାସ ତେଇଶି ତାରିଖ ପୂର୍ବାହ୍ନ ଏଗାରଟାରେ ଅନୁଷ୍ଠିତ ହୋଇଯାଇଅଛି।

ସଭାରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ସିବିଆଇ ସ୍ବତନ୍ତ୍ର ବିଚାରପତି ଭିକାରୀ ଚରଣ ରାଉତ, ବିଶିଷ୍ଟ ଅତିଥି ଭାବେ ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ପୁଟୁଳି ବୈଶ୍ଯ ସମାଜ କେନ୍ଦୁପାଟଣା ର ସମ୍ପାଦକ ସନ୍ତୋଷ କୁମାର ସାହୁ, ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ପରିବେଶବିତ୍ ଉପେନ୍ଦ୍ର କୁମାର ରାଉତ , ବିଶିଷ୍ଟ ଶିକ୍ଷାବିତ୍ ବୁଦ୍ଧଦେବ ପ୍ରଧାନ, ଗଁଦିଆ ସ୍ମୃତି ସଂସଦ ର ଉପସଭାପତି ଡମ୍ବରୁଧର ସେଠୀ, ଗୋପାଳ ଚନ୍ଦ୍ର ରାଉତ, ଗଁଦିଆ ସ୍ମୃତି ସଂସଦ ର ମୁଖ୍ୟ ଉପଦେଷ୍ଟା ତଥା ଢେଙ୍କାନାଳ ସାନ୍ଧ୍ୟ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ସମୀର କୁମାର ସାହୁ, ଯୁବସମାଜ ସେବୀ ତାପସ କୁମାର ରାଉତ, ବିଦ୍ୟାଧର ସାହୁ, ସୁବ୍ରତ କୁମାର ସାହୁ, ପୂର୍ବତନ ସରପଞ୍ଚ ମଙ୍ଗରାଜ ବାରିକ, ବିଶିଷ୍ଟ ଶିକ୍ଷାବିତ୍ ବିଜୟ କୁମାର ସାମନ୍ତ, ଶିକ୍ଷାବିତ୍ ରବିନ୍ଦ୍ର କୁମାର ସାହୁ,ସଞ୍ଜୟ କୁମାର ସାମନ୍ତ, ବରିଷ୍ଠ ସମାଜସେବୀ ରାମଚନ୍ଦ୍ର ସାହୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଗଗନ ବିହାରୀ ପଣ୍ଡା, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷୟିତ୍ରୀ ମନୋଜ ମଞ୍ଜରୀ ଲେଙ୍କା, ନିହାରାବାଳା ରାଉତ, ଦିପ୍ତିମୟୀ ଲେଙ୍କା ଶିକ୍ଷକ ଅକ୍ଷୟ କୁମାର ମିଶ୍ର, ଙ୍କ ସମେତ ଓଡ଼ିଶା ର ବିଭିନ୍ନ ଅଞ୍ଚଳ ର ବିଭିନ୍ନ ଅଞ୍ଚଳ ରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସ୍ବର୍ଗତ ଗିରିଧାରୀ ସାହୁ ଙ୍କ ସ୍ମୃତି ଚାରଣ କରିଥିଲେ। ସ୍ବର୍ଗତ ଗିରିଧାରୀ ସାହୁ ଷଡ଼ଙ୍ଗୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ ଗଠନ ର ପ୍ରତିଷ୍ଠାତା ସଦସ୍ୟ ଥିଲେ।ଏହା ସହିତ ବ୍ରାହ୍ମଣୀ ଦେବୀ ଙ୍କ ମୁଖ୍ୟ ସେବକ ଥିଲେ। ଏହା ସହିତ କୀର୍ତ୍ତନ ମଣ୍ଡଳୀ ର ମୁଖ୍ୟ ଥିଲେ। ପାଲା ଗାୟକ ଥିଲେ। ଏହି ଅମ୍ଳାନ ଆତ୍ମାର ସଦ୍ଗତି ପାଇଁ ବରିଷ୍ଠ ସମାଜସେବୀ ରାଘବ ଚନ୍ଦ୍ର ମହାରଣା ସଂଯୋଜକ କରିଥିବା ବେଳେ ଗଁଦିଆ ସ୍ମୃତି ସଂସଦ ର ସଯୋଜକ ଅଭିମନ୍ୟୁ ଦାସ ଗିତା ପାଠ ଓ ଭାଗବତ ପାଠ କରିଥିଲେ। ଅମ୍ଳାନ ଆତ୍ମାର ସଦ୍ଗତି କାମନା କରିବା ସମସ୍ତ ମହାନୁଭବ ଙ୍କୁ ଗଁଦିଆ ସ୍ମୃତି ସଂସଦ ର ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁ କୃତଜ୍ଞତା ଜ୍ଞାପନ କରିଥିଲେ।
