ଜଗନ୍ନାଥପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ୩୫ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ।
ରଘୁନାଥପୁର,୨୩/୧୨(ପିଏନଏସ) ରଘୁନାଥପୁର ଜଗନ୍ନାଥପୁରସ୍ଥିତ ସରସ୍ବତୀ ବିଦ୍ୟାମନ୍ଦିରରେ ସୋମବାର ୩୫ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠାନର ପରିଚାଳନା ସଭାପତି ଗୁରୁ ନାରାୟଣ ମହାନ୍ତି ଙ୍କ ପୈାରାହିତ୍ୟ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ନାଇଜରର କୁଳସଚିବ ଡ଼ଃ ଅଭୟ କୁମାର ନାୟକ ଯୋଗଦେଇ ପିଲାମାନେ ଏକାଗ୍ରତା ଓ ଅର୍ନ୍ତନିହିତ ଶକ୍ତିକୁ ପ୍ରୟୋଗ କରି ପାରିଲେ ସେ ଜଣେ ଉନ୍ନତ ମଣିଷ ହୋଇ ପାରିବ।ସୋସିଆଲ ମିଡିଆକୁ ତ୍ୟାଗକରିବା ପାଇଁ ଉପସ୍ତିତ ଛାତ୍ରଛାତ୍ରୀ ଓ ଅବିଭାବକ ମାନଙ୍କୁ ଆହ୍ୱାନ ଦେଇଥିଲେ।

ମୁଖ୍ୟବକ୍ତା ଭାବେ ପ୍ରାନ୍ତ ସଂପାଦକ ପ୍ରମୁଖ ସର୍ବେଶ୍ଵର ବେହେରା ଯୋଗ ଦେଇ କହିଥିଲେ ଭାରତ ବର୍ଷରେ ଏକ ମାତ୍ର ବିଦ୍ୟାଳୟ ଶରସ୍ବତୀ ଶିଶୁ ମନ୍ଦିର ଯିଏ ବିଦ୍ୟାର୍ଥୀ ମାନଙ୍କୁ ରାଷ୍ଟ୍ର ଗଠନ ର ଶିକ୍ଷାଦେଇଥାଏ ।ଏହି ଅନୁଷ୍ଠାନରୁ ଯେଉଁ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରିଥାନ୍ତି ସେମାନେ ସାରା ପୣଥିବୀକୁ ଦିଗ୍ ଦର୍ଶନ ଦେଇଥାନ୍ତି। ଏହି ଉତ୍ସବରେ କମିଟିର ସଂପାଦକ ଅଜୟ କୁମାର ନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ବସନ୍ତ କୁମାର ଲେଙ୍କା ବାର୍ଷିକ ବିବରଣୀ ପାଠ କରିଥିଲେ।ପ୍ରାରମ୍ଭରେ ଅତିଥି ମାନେ ବାକ୍ ଦେବୀ ସରସ୍ବତୀଙ୍କ ନିକଟରେ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି ଉତ୍ସବକୁ ଉଦଘାଟନ କରିଥିଲେ।ମଂଚ ପରିଚାଳନା କରିଥିଲେ ଗୁରୁ ମା ସୁଭାଷୀନି କର। ଶେଷରେ ଗୁରୁଜୀ ରୁଦ୍ର ପ୍ରସାଦ ତ୍ରୀପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାମନ୍ଦିରର ସମସ୍ତ ଗୁରୁଜୀ,ଗୁରୁମା ଓ କର୍ମଚାରୀ ମାନେ ଏହି ଉତ୍ସବକୁ ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ। ଏହି ପରିପେକ୍ଷୀରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରା ଯାଇଥିଲା।
ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ମଳୟ କୁମାର ପାଣିଙ୍କ ରିପୋର୍ଟ
