ପରମ୍ପରା ସାହିତ୍ୟ ପରିଷଦର ସାରସ୍ୱତ ସମାରୋହ
ନୟାଗଡ଼ସ୍ଥିତ ପରମ୍ପରା ସାହିତ୍ୟ ଏବଂ ସଂସ୍କୃତି ପରିଷଦର ୨୬ତମ ସାରସ୍ୱତ ସମାରୋହ ରବିବାରଦିନ ସ୍ଥାନୀୟ କେସି କ୍ଲବ ସଭାଗୃହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ସୁକାନ୍ତି ମହାନ୍ତିଙ୍କ ପୌରହତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବରିଷ୍ଠ କବି ପିନାକୀ ସିଂ, ଉତ୍କଳ ସାହିତ୍ୟ ସମାଜ ସଭାପତି ତରୁଣ କୁମାର ସାହୁ,ନୟାଗଡ଼ ଜିଲ୍ଲା ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଅଧ୍ୟାପକ ଅଶୋକ ନାୟକ,କବି ବିରଞ୍ଚି ନାରାୟଣ ତ୍ରିପାଠୀ,ପ୍ରଧାନୀ ବୃନ୍ଦାବନ ମହାପାତ୍ର,ଡ.ପବିତ୍ର ସୁବୁଦ୍ଧି,ଶେଖ ଅବଦୁଲ ଖାଲିକ,ଅଶୋକ ମଲ୍ଲ,ସ୍ମିତା ସ୍ୱାଇଁ ପ୍ରମୁଖ ଯୋଗଦାନ କରିଥିଲେ । ତିନି ପର୍ଯ୍ୟାୟରେ ଅନୁଷ୍ଠିତ ଏହି ସାହିତ୍ୟ କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳରୁ ଆସିଥିବା କବିମାନେ ସ୍ୱରଚିତ କବିତା ପାଠ କରିଥିଲେ । ଏହି ଅବସରରେ ଡ. କଳ୍ପନା ରଥଙ୍କ କବିତା ପୁସ୍ତକ ମଧୁକ୍ଷରା, ସୁରେଶ କୁମାର ପରିଡ଼ାଙ୍କ ଶେଷ ଅଙ୍କ ଏବଂ ପ୍ରାଚ୍ୟ ପରମ୍ପରାର ପୂଜାସଂଖ୍ୟା ଉନ୍ମୋଚନ କରାଯାଇଥିଲା । କବି ଗୋପୀନାଥ ସେଠୀ ମଞ୍ଚ ସଂଯୋଜନା କରିଥିବା ବେଳେ ବିଭୂତ୍ତି ମିଶ୍ର,ହରପ୍ରିୟା ଦ୍ୱିବେଦୀ କବିତା ସଂଯୋଜନା କରିଥିଲେ । ଅନୁଷ୍ଠାନର ସଂପାଦକ ନିର୍ମଳ ଚନ୍ଦ୍ର ଶୂରଦେଓ ବିବରଣୀ ପାଠ କରିଥିବା ବେଳେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ଉପଢ଼ୌକନ ଏବଂ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧନା ଦିଆଯାଇଥିଲା ।
ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ଼, “ତୀର୍ଥକ୍ଷେତ୍ର”।
