ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦୁଝର ଜିଲ୍ଲାର ଜେଏମଏମ ନେତାଙ୍କ ସୌଜନ୍ୟ ମୂଳକ ସାକ୍ଷାତ

ଆଗାମୀ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଏବଂ ୩୭ଟି ଜିଲ୍ଲା ପରିଷଦ ଜୋନରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ର ପ୍ରାର୍ଥୀ ଦେବାକୁ ନେଇ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଙ୍କ ସହ ଏକ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି।ଆଗକୁ କିଭଳି କେନ୍ଦୁଝର ଜିଲ୍ଲାରେ ଝାଡ଼ଖଣ୍ଡ ମୋକ୍ତି ମୋର୍ଚା ର ସଂଗଠନ ମଜବୁତ ହୋଇପାରିବ ସେ ନେଇ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ପରାମର୍ଶ ଦେଇ ତୃଣମୂଳ ସଂଗଠନକୁ ସୂଦୃଢ କରିବା ପାଇଁ ଦୃଢୋକ୍ତି ପ୍ରକାଶ କରିଥିଲେ।ଏହି ସୌଜନ୍ୟ ମୂଳକ ସାକ୍ଷାତକାର ରେ ଜେଏମଏମ ନେତା ତଥା ଘଷିପୁରା ପୂର୍ବତନ ବିଧାୟକ ପ୍ରାର୍ଥୀ ଜଗବନ୍ଧୁ ମହାନ୍ତ,ପୂର୍ବତନ ସାଂସଦ ତଥା ରାଜ୍ୟ ସାଧାରଣ ସମ୍ପାଦକ ରାମଚନ୍ଦ୍ର ହାଂସଦା, ସୁରଜ କୁମାର ମହାପାତ୍ର, ଚିତ୍ତରଞ୍ଜନ ମହାନ୍ତ,ସରୋଜ କୁମାର ପ୍ରଧାନ,କୂଳମଣି ,ଗଙ୍ଗାଧର ମହାନ୍ତ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *