ଶୁଦ୍ଧିକ୍ରିୟା ପାଇଁ ସହାୟତା କଲେ ଯୁବ ସାମାଜିକ କର୍ମୀ

ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ରାମକୃଷ୍ଣ ପୁର ପଞ୍ଚାୟତ ଅଧିନ ନଈପାରି ଗଢ଼ିଆ ଗାଁର, ମାନ ଗୋବନ୍ଦ ଜେନାଙ୍କର ଅକାଳ ବିୟୋଗ ରେ ପରିବାର ପୁରା ସ୍ତବ୍ଧ ହୋଇ ଯାଇଛି । ମାନ ଗୋବିନ୍ଦ ଙ୍କର ହଠାତ ଦେହ ଖରାପ ହେଇଥିଲା ପ୍ରଥମ ଭଦ୍ରକ ମେଡିକାଲ ପରେ କଟକ ମେଡିକାଲ ଚିକିତ୍ସା ପାଇଁ ନେଇଥିଲେ ପରିବାର ଲୋକ। ପାଞ୍ଚ ଦିନରୁ ଉର୍ଦ୍ଧ ଚିକିତ୍ସା ହେବା ପରେ ମାନ ଗୋବିନ୍ଦଙ୍କ ଦେହାନ୍ତ ଘଟିଥିଲା ମେଡିକାଲରେ। ମାନ ଗୋବିନ୍ଦଙ୍କର ଚାରି ଝିଅ ଏବଂ ଦୁଇ ବର୍ଷର ଏକ ଛୋଟ ପୁଅ। ସ୍ତ୍ରୀ ଗୃହିଣୀ, ଶୁଦ୍ଧିକ୍ରିୟା ପାଇଁ ଅର୍ଥ ଅଭାବ ହୋଇଥିଲା । ଏହି ଘଟଣା ଗୋବିନ୍ଦ ଙ୍କର ପରିବାର ସାମାଜିକ କର୍ମୀ ପଦ୍ମଲୋଚନ ବେହେରା ଙ୍କୁ ଜଣାଇ ଥିଲେ। ସାମଜିକ କର୍ମୀ ବିଜୟ ପଣ୍ଡା,ପଦ୍ମଲୋଚନ , ଗୀତିରଞ୍ଜନ, ଆଲୋକ ସ୍ୱାଇଁ, ରଞ୍ଜନ, ଜିତେନ୍ଦ୍ର,ଦୀପକ ରାଉତ, ପପୁ, ଶ୍ରୀକାନ୍ତ, ବିଟୁ, ଧର୍ମେନ୍ଦ୍ର, ବିଜୁ, ଦୀନେଶ, ଜଗନ,ଜଗଦିଶ, କାକା,ଦୀପକ ମାଝୀ ,ବିବେକ ସାମଲ, ସାଇ, ସତ୍ୟବାନ, ସସ୍ମିତା ପ୍ରମୁଖ ମିଳିତ ସାହାଯ୍ୟ କ୍ରମେ। ୩୫୦୦ ଟଙ୍କା ଏବଂ ୨୦ କିଲୋ ଆଳୁ, ବୋଇତାଳୁ ୨୦ କିଲୋ ,ଖୁମା ଆଳୁ ୩ କିଲୋ, ସୋଲା ଡାଲି ୩ କିଲୋ, ଅଟା ୨୫ କିଲୋ, ତେଲ ୧୦ ଲିଟର, ଗୋବିନ୍ଦ ପରିବାକୁ ଭେଟି ଯୋଗେଇ ଦେଇଥିଲେ ଯୁବ ସମାଜିକ କର୍ମୀମାନେ । ଯୁବକଙ୍କ ଏହି କାର୍ଯ୍ୟକୁ ଗ୍ରାମବାସୀ ଏବଂ ବୁଦ୍ଧିଜିବୀ ମହଲ ରେ ପ୍ରଶଂସା କରିଛନ୍ତି ।

ରିପୋର୍ଟ :-ପୁନିଲ କୁମାର ସାମନ୍ତ

Leave a Reply

Your email address will not be published. Required fields are marked *