ଗାଙ୍ଗପୁର ଠାରେ ମହିଳା ସମାବେଶ ରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଗଞ୍ଜାମ ଜିଲ୍ଲା ସୋରଡ଼ା ନିର୍ବାଚନ ମଣ୍ଡଳୀ ର ଗାଙ୍ଗପୁର ଠାରେ ବିଶାଳ ମହିଳା ସମାବେଶ ରେ ଯୋଗ ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିନିକିଆ ଗଞ୍ଜାମ ଗସ୍ତ ରେ ଆସି ଆଜି ମଧ୍ୟାହ୍ନ ରେ ସୋରଡ଼ା ବିଧାନସଭା ବେଲଗୁଣ୍ଠା ବ୍ଳକ ର ଗାଙ୍ଗପୁର ଠାରେ ବିଶାଳ ମହିଳା ସମାବେଶ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହିଳା ମାନଙ୍କ ସଶକ୍ତି କରଣ ବିଷୟରେ ମହିଳା ମାନଙ୍କୁ କହିଥିଲେ ଓ ଗାଙ୍ଗପୁର ଠାରେ ଥିବା MBS ଗ୍ରୁପ ଅତ୍ୟାଧୁନିକ ମସଲା ଶିଳ୍ପ ଉଦ୍ଘାଟନ କରିଥିଲେ | ଏହି ଉଦ୍ଘାଟନ କାର୍ଯ୍ୟକ୍ରମ ରେ ଓଡିଶା ରାଜ୍ୟ ସରକାର ଙ୍କ ରାଷ୍ଟ୍ରମନ୍ତ୍ରୀ ଗୋକୁଳାନନ୍ଦ ମଳିକ ବିଧାୟକ ନୀଳମଣି ବିଷୋୟୀ, ମନୋରଞ୍ଜନ ଦ୍ୟାନ ସାମନ୍ତରାୟ, କୃଷ୍ଣ ନାୟକ, ପ୍ରତାପ ନାୟକ, ସରୋଜ ପାଢ଼ୀ, ବିଷ୍ଣୁ ସେଠି,ବୁଲୁପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ |

ଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *