ପାହାଡ଼ରୁ ବିବାହିତ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଠାବ
ବ୍ରହ୍ମପୁର :- ୨୬/୧୨ ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଅଲାରିଗଡ ଗ୍ରାମ ନିକଟ ପାହାଡ ଉପରୁ ବିବାହିତ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ମୃତ ପ୍ରେମୀ ଯୁଗଳମାନେ ହେଲେ ପାଟପୁର ଥାନା ପାଟପୁର ଗ୍ରାମର ସନ୍ତୋଷ ସାହୁଙ୍କ ସ୍ତ୍ରୀ ସୁମିତ୍ରା ସାହୁ ଓ ପୁରୁଷ ଜଣଙ୍କ ହେଲେ ପାଟପୁର ଥାନା ରାଧାଦେଈପୁର ଗ୍ରାମର ସିମାଞ୍ଚଳ ସାହୁଙ୍କ ପୁଅ ରାଜେନ୍ଦ୍ର ସାହୁ ।

ମୃତ ମହିଳା ଙ୍କ ୩ଟି ଛୁଆ ଥିବା ବେଳେ ଉଭୟଙ୍କ ମଧ୍ୟରେ ବହୁ ଦିନରୁ ପ୍ରେମ ସମ୍ପର୍କ ଗଢିଥିଲା ।ଉଭୟ ଗତ ଡିସେମ୍ବର ୧୯ତାରିଖରୁ ନିଖୋଜ ଥିଲେ। ଏନେଇ ପାଟପୁର ଥାନାରେ ଅଭିଯୋଗ ହୋଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ପଞ୍ଚନାମା ପରେ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇବେ ବୋଲି ଜଣାପଡିଛି।
