ଲଘୁଚାପ ପ୍ରଭାବ ତଥା ଅଦିନିଆ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲାର ଅନେକ ସ୍ଥାନରେ ଫସଲ ନଷ୍ଟ ହୋଇଯାଇଥିବାର
ଲଘୁଚାପ ପ୍ରଭାବ ତଥା ଅଦିନିଆ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲାର ଅନେକ ସ୍ଥାନରେ ଫସଲ ନଷ୍ଟ ହୋଇଯାଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଯାହା ଏବେ ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛ ।ରଞ୍ଜନ କୁମାର ରାଉତ ନିପ୍ର ଆସିକା :-ଗଂଜାମ ଜିଲ୍ଲା ଆସିକା ବ୍ଳକ ,ହିଞ୍ଜିଳିକାଟୁ ବ୍ଳକ ଅଧିନରେ ବିଭିନ୍ନ ବିଭନ୍ନ ଗ୍ରାମ ରେ ଗତ ୩ ଦିନ ଧରି ଲଘୁଚାପ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଗତ ୩ଦିନ ଧରି ଲଗାଣ ବର୍ଷା ଲାଗିରହିଥିବା ବେଳେ ଏହାର ସର୍ବାଧିକ ପ୍ରଭାଵ ସିଧାସଳଖ ଚାଷୀମାନଙ୍କ ଉପରେ ପଡିଥିବାର ଦେଖିବାକୁ ମିଳିଛି । ବର୍ତ୍ତମାନ ସମୟରେ ଧାନର କଟା ସରିଛି, ବିଲରେ ଧାନ କଟା ପାଣି ଭାସୁଛି,ଅନେକ ସ୍ଥାନରେ ଧାନ କୁ ଏକତ୍ରିତ କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବାବେଳେ କିଛି ସ୍ଥାନରେ ଧାନ କଟା ହୋଇ ଚାଷ ଜମିରେ ପଡ଼ିରହିଛି । ଯେଉଁ ଚାଷୀମାନେ ଧାନ ଫସଲ କାଟି ବର୍ତ୍ତମାନ ଏହାକୁ ମଣ୍ଡିରେ ଜମା କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବାବେଳେ ଗତ ୩ଦିନଧରି ଲଗାଣ ବର୍ଷା ପ୍ରଭାବରେ ଗଞ୍ଜାମ ଜିଲ୍ଲାର ଅନେକ ସ୍ଥାନରେ ଚାଷ ଜମୀ ରେ ପାଣି ଭାରିଯାଇଥିବାବେଲେ ଅନେକ ସ୍ଥାନରେ ଅଧିକାଂଶ ଫସଲ ନଷ୍ଟ ହୋଇଯାଇଥିବାର ଦେଖିବାକୁ ମିଳିଛି । ଯାହା ଏବେ ଚାଷୀଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳୁଛି ଗଞ୍ଜାମ ଜିଲ୍ଲା ଆସିକା ବ୍ଳକ,ହିଞ୍ଜିଳି ବ୍ଲକ୍ ବିଭିନ୍ନ ଗ୍ରାମ ପଞ୍ଚାୟତରେ ,ଗତ ୩ଦିନଧରି ଲଗାଣ ବର୍ଷା ଯୋଗୁ ଫସଲ ନଷ୍ଟ ହୋଇଥିବାରୁ ଚାଷୀମାନଙ୍କ ଅନେକ କ୍ଷୟକ୍ଷତି ଘଟିଛି । ବର୍ତ୍ତମାନ ଧାନ ଫସଲ କଟା ହୋଇ ଚାଷ ଜମିରେ ପଡିରହିଥିବା ବେଳେ ଏଭଳି ବର୍ଷା ଯୋଗୁଁ ଏଥିରେ ଗଜା ଉଠିବା ଆରମ୍ଭ ହୋଇସାରିଲାଣି ଆଉ କିଛି କାଦ ପାଣିଭିତରେ ନଷ୍ଟ ହେବାକୁ ବସିଲାଣି। ଯାହା ଏବେ ଚାଷୀଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ଏଭଳି ପରିସ୍ଥିତିରେ ଚାଷୀମାନେ ନିଜର ଦୁଃଖ ପ୍ରକାଶ କରିବା ସହ ସରକାରଙ୍କ ପାଖରେ ସାହାଯ୍ୟର ଗୁହାରି ଲାଗିଛନ୍ତି । ଚାଷୀ ମାନଙ୍କ କ୍ଷୟକ୍ଷତି ଆକଳନ କରି, ଉପଯୁକ୍ତ ଅର୍ଥ ରାଶି ପ୍ରଦାନ କଲେ । ଚାଷୀ କୂଳ ଉଦ୍ଧାର କିଛି ମାତ୍ରାରେ ସୁରକ୍ଷା ମିଳିବ।
