ସ୍ଥାନୀୟ ୟୁଥ୍ ହଷ୍ଟେଲ ସଭାଗୃହରେ ଟିକିତାରା ଶିଶୁ କିଶୋର ଷାଣ୍ମାସିକ ପତ୍ରିକାର ବାର୍ଷିକ ଉତ୍ସବ

ପୁରୀ:୨୮/୧୨: ସ୍ଥାନୀୟ ୟୁଥ୍ ହଷ୍ଟେଲ ସଭାଗୃହରେ ଟିକିତାରା ଶିଶୁ କିଶୋର ଷାଣ୍ମାସିକ ପତ୍ରିକାର ବାର୍ଷିକ ଉତ୍ସବ ଏବଂ ଭକ୍ତକବି ମଧୁସୂଦନ ରାଓଙ୍କ ପୁଣ୍ୟ ତିଥି ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟଅତିଥି ଭାବରେ ଓଡ଼ିଆଭାଷା ପ୍ରତିଷ୍ଠାନର ପ୍ରାକ୍ତନ ନିର୍ଦ୍ଦେଶକ ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ, ମୁଖ୍ୟବକ୍ତା ଶ୍ରୀମତୀ ବିଜୟଲକ୍ଷ୍ମୀ ଦାଶ (ମିଶ୍ର), ସମ୍ମାନିତ ଅତିଥି ବୀରେନ୍ଦ୍ର ମହାନ୍ତି, ସମ୍ମାନିତ ବକ୍ତା ଶ୍ରୀଯୁକ୍ତ ଚକ୍ରଧର ମହାପାତ୍ର ଶ୍ରୀଯୁକ୍ତ ବିୱପ୍ରକାଶ ପଟ୍ଟନାୟକ ଯୋଗଦେଇ ଟିକିତାରା ଏବଂ ଭକ୍ତକବି ମଧୁସୂଦନ ରାଓଙ୍କ ବିଷୟରେ ଆଲୋକପାତ କରିବା ସହିତ ଆମ ସମାଜକୁ ‘ବର୍ଣ୍ଣବୋଧ’ର ଅମୂଲ୍ୟ ଅବଦାନ ବିଷୟରେ ବକ୍ତବ୍ୟ ରଖିଥିଲେ।ଏହି ଅବସରରେ ‘ଟିକିତାରା’ ଏବଂ ଜାନକୀ ବଲ୍ଲଭ ଦାଶଙ୍କ ସଂକଳନ ‘ଝରା ବଉଳର ବାସ’ ଉନ୍ମୋଚିତ ହୋଇଥିଲା। ପ୍ରତିବର୍ଷ ପରି ଚଳିତବର୍ଷ ଶିକ୍ଷା ଓ ସୃଜନୀରେ ଉଲ୍ଲେଖନୀୟ ସଫଳତା ନିମନ୍ତେ ଡକ୍ଟର ସଂଯୁକ୍ତା ପରିଡ଼ା, ଶ୍ରୀମତୀ ପୂର୍ଣିମା ପଣ୍ଡା, ଶ୍ରୀମତୀ ଚନ୍ଦ୍ରକାନ୍ତି ମିଶ୍ର, ଶ୍ରୀମତୀ ସୁଜାତା ସ୍ୱାଇଁ, ଶ୍ରୀମତୀ ପ୍ରେମଲତା ସାହୁ ଏବଂ ଶ୍ରୀଯୁକ୍ତ ନିରଞ୍ଜନ ପରିଡ଼ାଙ୍କୁ ‘ଟିକିତାରା ସମ୍ମାନ-୨୦୨୪’ରେ ସମ୍ମାନିତ କରାଯାଇଥିଲା।

ପ୍ରାରମ୍ଭରେ ପ୍ରବାସିନୀ ମିଶ୍ରଙ୍କ ନିର୍ଦ୍ଦେଶନାରେ ମାସିଆନ ତେଲୁଗୁ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଭକ୍ତକବି ମଧୁସୂଦନ ରାଓଙ୍କ ରଚିତ କବିତା ବୃନ୍ଦଗାନ ଓ ଅଭିନୟ ପରିବେଷିତ ହୋଇଥିଲା। ସୁଶ୍ରୀ କ୍ରିଷ୍ଣା ମହାପାତ୍ର ସଭାପତିତ୍ବ କରିଥିଲାବେଳେ ପ୍ରବାସିନୀ ମିଶ୍ର, ଡକ୍ଟର ସଂଯୁକ୍ତା ପରିଡା, ଲକ୍ଷ୍ମୀପ୍ରିୟା ଦାଶ କବିତା ସଂଯୋଜନା କରିଥିଲେ। ସଂପାଦକ ବିପିନ ବିହାରୀ ଦଳାଇ ଅତିଥି ମାନଙ୍କୁ ସ୍ଵାଗତ କରି ଉତ୍ସବର ସୂଚନା ପ୍ରଦାନ କରିଥିଲେ। ଭାରତରତ୍ନ ଡକ୍ଟର ମନମୋହନ ସିଂହ ଏବଂ କୁଳପତି ସଂଜୟ ଶତପଥୀଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଶେଷରେ ଡକ୍ଟର ସସ୍ମିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *