ପଞ୍ଚାୟତରେ ସମିତିସଭ୍ୟଙ୍କ ଅଫିସ୍ ଗୃହ ନାହିଁ ରାସ୍ତା ଉପରେ ଠିଆ ହୋଇ ଶୁଣୁଛନ୍ତି ଲୋକଙ୍କ ଅଭିଯୋଗ

ଫୁଲବାଣୀ:ନିପ୍ର:-୨୭/୧୨ ସମ୍ବିଧାନ ଓ ପଞ୍ଚାୟତ ରାଜ ବିଭାଗର ଅଜବ ନିୟମକୁ ବୁଝିବାକୁ ଗଲେ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ଲାଗୁଛି। ପଞ୍ଚାୟତ ନିର୍ବାଚନରେ ୪ ଗୋଟି ପଦବୀକୁ ଭୋଟ ଦେଉଛନ୍ତି ଭୋଟର ମାନେ। ସେଗୁଡିକ ହେଲା ୱାର୍ଡ଼ମେମ୍ବର, ସରପଞ୍ଚ,ସମିତିସଭ୍ୟ ଓ ଜିଲ୍ଲା ପରିଷଦ। ସେଥି ମଧ୍ୟରେ ପଞ୍ଚାୟତରେ ଜଣେ ସରପଞ୍ଚ ଯେତିକି ଭୋଟରେ ପ୍ରତିଦ୍ବନ୍ଦୀ କରୁଛି ସେତିକି ଭୋଟରେ ଜଣେ ସମିତିସଭ୍ୟ ମଧ୍ୟ ପ୍ରତିଦ୍ବନ୍ଦୀ କରୁଛି।କିନ୍ତୁ ସରପଞ୍ଚ ପାଇଁ ବସିବା ନିମନ୍ତେ ଓ ଲୋକଙ୍କ ଅଭିଯୋଗ ଶୁଣିବା ନିମନ୍ତେ ସ୍ଵତନ୍ତ୍ର ଅଫିସ୍ ଗୃହ ରହିଛି। ଯାହା ଫଳରେ ଲୋକଙ୍କ ଅଭିଯୋଗ ଶୁଣିବା ଓ ସେମାନଙ୍କ ଡକମେଣ୍ଟ ଗ୍ରହଣ କରିବା ପାଇଁ ଅତି ସମ୍ମାନ ଜନକ ହୋଇ ପାରୁଛି। ପଞ୍ଚାୟତ ମାନୁଆଲ କହୁଛି ସମିତିସଭ୍ୟ ପଦବୀ ସରପଞ୍ଚଙ୍କ ପଦବୀରେ ଉପର ସଦନ। କିନ୍ତୁ ଦୁଃଖର କଥା ଯେ ଯେଉଁ ପଞ୍ଚାୟତ ରୁ ସମିତିସଭ୍ୟ ନିର୍ବାଚିତ ହୋଇ ଆସୁଛି ସେହି ପଞ୍ଚାୟତ କାର୍ଯ୍ୟାଳୟରେ ସମିତିସଭ୍ୟ ନିମନ୍ତେ ବସିବା ପାଇଁ ମଧ୍ୟ ସ୍ଥାନ ଟିଏ ନାହିଁ।ପଞ୍ଚାୟତ ବୈଠକରେ ସମିତିସଭ୍ୟ ନିମନ୍ତ୍ରିତ ଅତିଥି ,କି ଆଶ୍ଚର୍ଯ୍ୟ ନିୟମ ପଞ୍ଚାୟତ ରାଜ ବିଭଗର। ବର୍ତ୍ତମାନ ଜନସାଧାରଣଙ୍କ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ କାର୍ଯ୍ୟାଳୟରେ ଅଧିକ ବିଭିନ୍ନ କାମର ଆବଶ୍ୟକତା ରହୁଛି। ସରପଞ୍ଚ ଠାରୁ ସମିତିସଭ୍ୟ ଉପରେ ଜନସାଧାରଣଙ୍କ ଅଧିକ ନିର୍ଭର ଶିଳ ହେଉଛନ୍ତି। ଅନ୍ୟପକ୍ଷରେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଗୁଡ଼ିକରେ ସରପଞ୍ଚ ଠାରୁ ସମିତିସଭ୍ୟ ଯଦି ଅଧିକ ଶିକ୍ଷା କ୍ଷେତ୍ରରେ ଯୋଗ୍ୟତା ରହୁଛି ତାର ଜ୍ଞାନକୁ ଅନୁସରଣ କରି ଲୋକେ ଆହୁରି ଅଧିକ ନିର୍ଭର କରୁଛନ୍ତି। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଯେ ନିଜ ପଞ୍ଚାୟତରେ ସମିତିସଭ୍ୟ/ସଭ୍ୟାଙ୍କ ପାଇଁ ବସିବା ଓ ଲୋକଙ୍କ ଅଭିଯୋଗ ଶୁଣିବା ଡକମେଣ୍ଟ ଗ୍ରହଣ କରିବା ପାଇଁ ଅଫିସ୍ ଗୃହ କି ଚୌକି ଟେବୁଲ୍ ଟିଏ ବ୍ୟବସ୍ଥା ନ ଥିବାରୁ ଲୋକଙ୍କ ଅଭିଯୋଗ କୁ ରାସ୍ତା କଡ଼ରେ ଠିଆ ହୋଇ ଗ୍ରହଣ କରୁଛନ୍ତି।ପଞ୍ଚାୟତ ରାଜ ବ୍ୟବସ୍ଥାରେ ଏ ନେଇ ବହୁ ପ୍ରଶ୍ନ ଉଠୁ ଥିବା ବେଳେ ସମିତିସଭ୍ୟ ପଦବୀର ସମ୍ମାନ କ୍ଷୁର୍ଣ୍ଣ ହେଉଥିବା ଅନୁମାନ କରାଯାଉଛି। ଆଉ ଏହିକଥା ଆମେ କହୁନାହୁଁ ଏହି ଫୋଟ ଚିତ୍ର ଦେଖି ଆପଣ ନିଶ୍ଚିତ ଜାଣି ପାରୁଥିବେ କେମିତି ଜଣେ ସମିତିସଭ୍ୟ ଭାଇ ରାସ୍ତା କଡ଼ରେ ଠିଆ ହୋଇ ଲୋକଙ୍କ ଅଭିଯୋଗ ଶୁଣିବା ସହିତ ଡକମେଣ୍ଟ ଗ୍ରହଣ କରୁଛନ୍ତି ଏହି ଦୃଶ୍ୟ ଦେଖି ବୁଦ୍ଧିଜୀବି ମହଲରେ ପ୍ରଶ୍ନ ଉଠୁଛି। ପ୍ରକାଶ ଥାଉ କି ଏହି ସମସ୍ୟାର ସମାଧାନ ଓ ପ୍ରତି ପଞ୍ଚାୟତ କାର୍ଯ୍ୟାଳୟରେ ସମିତିସଭ୍ୟ/ସଭ୍ୟା ମାନଙ୍କ ପାଇଁ ସରପଞ୍ଚଙ୍କ ଭଳି ଏକ ସ୍ବତନ୍ତ୍ର ଅଫିସ୍ ଗୃହ ଖୋଲା ଯିବାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ରାଜ୍ୟରେ ସମସ୍ତ ସମିତିସଭ୍ୟ/ସଭ୍ୟା ଏକତ୍ରିତ ହୋଇ ଏକ ରାଜ୍ୟ ସ୍ତରୀୟ ସଂଘ ଗଠନ କରି ରାଜ୍ଯ ସରକାରଙ୍କୁ ଦୀର୍ଘ ଦିନ ହେବ ୧୨ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି। କିନ୍ତୁ ଦୁଃଖର ବିଷୟ ଯେ ଆଜି ପର୍ଯ୍ୟନ୍ତ ଏହି ବାବଦକୁ କୌଣସି ପଦକ୍ଷେପ ଗ୍ରହଣ କରି ବିଧିବଦ୍ଧ ବ୍ୟବସ୍ଥା ନାହାଁନ୍ତି ସରକାର। ସାଧାରଣ ଗୋଟିଏ କେଭିନ ଭଳି ଅଫିସ୍ ଗୃହ ଲାଟିନ ବାଥରୁମ ମିସିକି ବଖରା ଟିଏ ଚାହିଁଲେ ସରକାର ଖୋଲି ଦିଅନ୍ତେ କିନ୍ତୁ ଆନ୍ତରିକ ଅଭାବ ଯୋଗୁଁ ତାହା ହୋଇ ପାରୁନାହିଁ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ହେଉଛି। ହେଲେ ୨୦୨୪ ଗୋଟିଏ ଦିନ ପରେ ସମାପ୍ତ ହୋଇ ବିଦାୟ ନେବ ନୂତନ ବର୍ଷ ୨୦୨୫ ମାର୍ଚ୍ଚ ପୁର୍ବରୁ ସମିତିସଭ୍ୟ/ସଭ୍ୟା ଙ୍କ ୧୨ ଦଫା ଦାବିକୁ ବିଚାରକୁ ନେଇ ପୂରଣ କରିଦେଲେ ସରକାରଙ୍କ ନିକଟରେ ସମସ୍ତେ ଜୋଡ଼ି ହୋଇ ରୁହନ୍ତେ ବୋଲି ଆଶା କରାଯାଉଛି। ନଚେତ ପୁଣି ଆନ୍ଦୋଳନକୁ ଓହ୍ଲାଇବାକୁ ପ୍ରସ୍ତୁତି ଜୋର୍ ଜାରରେ ଚାଲିଛି ବୋଲି ଶୁଣିବାକୁ ମିଳୁଛି। ସେହିଭଳି ୫ ବର୍ଷ କାର୍ଯ୍ୟକାଳ ସମାପ୍ତ ହେଲାପରେ ସାଂସଦ ଓ ବିଧାୟକ ଙ୍କ ଭଳି ସ୍ୱଳ୍ପ ମୂଲ୍ୟର ହେଉ ମଧ୍ୟ ଭତା ଦିଆଗଲେ ସମ୍ପୂର୍ଣ୍ଣ ଭଲ ହୁଅନ୍ତା ବୋଲି ଆଲୋଚନା ହେଉଛି।

Leave a Reply

Your email address will not be published. Required fields are marked *