ଚନ୍ଦ୍ରଭାଗା ବେଳାଭୂମିରେ ରାଜ୍ୟସ୍ତରୀୟ ବିଚ୍ ପେନକାକ ସିଲାଟ ପ୍ରତିଯୋଗିତା ଆୟୋଜିତ

କୋଣାର୍କ ଚନ୍ଦ୍ରଭାଗା ବେଳାଭୂମିରେ ଖୋର୍ଦ୍ଧା ପେନକାକ ସିଲାଟ ଆସୋସିଏସନ ଦ୍ୱାରା ଆୟୋଜିତ ଦୁଇ ଦିନିଆ ପ୍ରଥମ ଓଡ଼ିଶା ରାଜ୍ୟସ୍ତରୀୟ ବିଚ୍ ପେନକାକ ସିଲାଟ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ପ୍ରଥମ ଦିବସ ଉଦ୍ଘାଟନୀ ଉତ୍ସବରେ ମୂଖ୍ୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଯୋଗ ଦେଇ କ୍ରୀଡ଼ା ପାଇଁ ଇଚ୍ଛାଶକ୍ତି ରଖିଲେ ନିଶ୍ଚୟ ସଫଳ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ ପରେ ପ୍ରଥମ ମ୍ୟାଚକୁ ଉଦ୍ଘାଟନ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବରେ ପୂର୍ବତନ ବିଧାୟକ କିଶୋର ତରାଇ, ଖୋର୍ଦ୍ଧା ଆସୋସିଏସନର ଚିଫ ପାଟ୍ରନ ସାରଦା ପ୍ରସନ୍ନ ଦାସ, ଓଡ଼ିଶା ଆସୋସିଏସନର ସଭାପତି ତାପସ ରାୟ ଚୌଧୁରୀ, ସମ୍ପାଦକ ଗୁରୁ ପ୍ରେମ ସିଂ ଥାପା ଓ ଉପ ସଭାପତି ମନୋରଞ୍ଜନ ଭଞ୍ଜ ଉପସ୍ଥିତ ରହିଥିଲେ । ଏହି ବିଚ୍ ପ୍ରତିଯୋଗିତାରେ ୧୫ଜିଲ୍ଲାର ପ୍ରାୟ ୩୫୦ରୁ ଉର୍ଦ୍ଧ୍ବ ଖେଳାଳି ଯୋଗଦାନ କରିଥିଲେ। ଶନିବାର ସନ୍ଧ୍ୟାରେ ଉଦଯାପନୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ବିଧାୟକ ତୁଷାରକାନ୍ତି ବେହେରା, ପୂର୍ବତନ ବିଧାୟକ କିଶୋର ତରାଇ, କ୍ରୀଡ଼ା ପ୍ରଶାସକ ଧିରୋଜ କୁମାର୍ ପଟ୍ଟନାୟକ, କ୍ରୀଡ଼ା ସେକ୍ସନ ଅଫିସର କ୍ଷଣପ୍ରଭା ମହାନ୍ତି, କ୍ରୀଡ଼ା ସହ ନିର୍ଦ୍ଦେଶକ ଅସିଫ ଜାକି, ସୁଭ୍ରଜିତ୍ ଜେନା, ସମାଜସେବୀ ତଥା ସଭାପତି ତାପସ କୁମାର ରାୟ ଚୌଧୁରୀ, ସନ୍ତୋଷ ଧଳ, ଗୌତମ ମହାନ୍ତି, ବିଶ୍ଵନାଥ ସ୍ୱର୍ଣକର, ଜିତେନ୍ଦ୍ର ରାଉତ୍, ସରୋଜ ରାଉତ୍ ପ୍ରମୁଖ ଯୋଗ ଦେଇ ବିଭିନ୍ନ ବର୍ଗର କୃତି ପ୍ରତିଯୋଗୀଙ୍କୁ ମେଡାଲ ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଝାରସୁଗୁଡ଼ା ଜିଲ୍ଲା ଚାମ୍ପିଅନ ହୋଇଥିବା ବେଳେ ଖୋର୍ଦ୍ଧା, ସୁନ୍ଦରଗଡ଼ ଓ ସମ୍ବଲପୁର ଜିଲ୍ଲା ରନର୍ ଅପ୍ ଟ୍ରଫି ହାସଲ କରିଥିଲେ। ଆଙ୍କର ସୁଭ୍ରଜିତ୍ ପଣ୍ଡା ମଞ୍ଚ ସଂଯୋଜନା କରିଥିବା ବେଳେ ଖୋର୍ଦ୍ଧା ପେନକାକ ସିଲାଟ ଆସୋସିଏସନର ସମ୍ପାଦକ ଜିତେନ୍ଦ୍ର କୁମାର ରାଉତ ମଞ୍ଚ ପରିଚାଳନା କରିଥିଲେ। ଉପ ସଭାପତି ନାରାୟଣ ଚନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *