ଭଦ୍ରକ ଜିଲ୍ଲା ସ୍ତରୀୟ ଧାନ ମଣ୍ଡି ଚୁଡା କୁଟି ସେବା ସମବାୟ ସମିତି ଠାରେ ଶୁଭ ଉଦ୍ଘାଟନ
– ରାମଙ୍କ ବିନା ଯେପରି ରାମଲୀଳା ସମ୍ଭବ ନୁହେଁ, କୃଷକ ବିନା ସେହିପରି ଧାନକିଣା ସମ୍ଭବ ନୁହେଁ । କୃଷି ପ୍ରଧାନ ଆମ ରାଜ୍ୟ ଓ ଦେଶର କୃଷି ଅର୍ଥନୀତି ଆମର ବଡ଼ ସମ୍ବଳ । ମହାମାରୀ କରୋନାର କରାଳ ପରିସ୍ଥିତିରେ ବଣିକ ଦେଶ ସମୂହର ଅର୍ଥନୀତି ଘୁଷୁଡ଼ି ପଡ଼ିଥିବା ବେଳେ ଆମ ଦେଶର କୃଷି ଅର୍ଥନୀତି ଆମକୁ ବଳ ଯୋଗାଇଥିଲା । ଏହିପରିପ୍ରେକ୍ଷୀରେ କୃଷି ଓ କୃଷକ ସଶକ୍ତ କରଣକୁ ସରକାର ପ୍ରାଧାନ୍ୟ ଦେବାକୁ ଯାଇ ଧାନ କ୍ଲିଣ୍ଟାଲ ପ୍ରତି ୩୧୦୦ଟଙ୍କାରେ ଚାଷୀଙ୍କ ଠାରୁ କିଣିବା ଆରମ୍ଭ କରିଛନ୍ତି .ଧାମନଗର ବ୍ଲକ୍ର ଚୂଡ଼ାକୁଟୀ ଠାରେ ଭଦ୍ରକ ଜିଲ୍ଲାର ଜିଲ୍ଲାପାଳ ଦିଲୀପ ରାଉତରାଏଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ମଣ୍ଡି ଉଦ୍ଘାଟନ ସମାରୋହରେ ଜିଲ୍ଲାପାଳ ଓ ମୁଖ୍ୟ ଅତିଥି ସଂସଦ ଅଭିମନ୍ୟୁ ସେଠୀ, ସମ୍ମାନିତ ଅତିଥ୍ ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର ପ୍ରମୁଖ ଯୋଗ ଦେଇ ନିଜ ବକ୍ତବ୍ୟ ଜରିଆରେ ଚାଷୀମାନଙ୍କ ଉଦ୍ଦେଶ୍ୟରେ ଏହା ପ୍ରକାଶକରିଥିଲେ । ଗତ ଡ଼ିସେମ୍ବର ୨୭ ରୁ ଧାନକିଣା ଆରମ୍ଭ କରାଯିବା ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ସ୍ଥିରିକୃତ ହୋଇଥିଲେ ବି ଅଦିନିଆ ବର୍ଷା ଯୋଗୁଁ ପରିବରିତ ତାରିଖ ଜାନୁୟାରୀ ୫ରୁ ଏହି ଚୁଡ଼ାକୁଟୀ ମଣ୍ଡିରୁ ଧାନ କିଣା ଆରମ୍ଭ କରାଯିବା ପାଇଁ କଣ୍ଟା ପୂଜା କରାଗଲା । ଚୂଡ଼ାକୁଟୀ ସେବା ସମବାୟ ସମିତିର ସମ୍ପାଦକ ଅରୁଣ କୁମାର ପାତ୍ରଙ୍କ ମଞ୍ଚ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ପ୍ରଶାସନିକ ଅଧିକାରୀ ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଳ କୁମାର ଦର, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ଧାମନଗର ବି.ଡ଼ି.ଓ ବନବିହାରୀ ଦିଣ୍ଡା, ତହସିଲଦାର ଦୀପକ କୁମାର ଦାସ, ଜିଲ୍ଲା ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା, ଅତିରିକ୍ତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶଶୀଭୂଣ ମହାପାତ୍ର ଏବଂ ଜନପ୍ରତିନିଧ ଭାବେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ପ୍ରତିନିଧ ଅଶୋକ କୁମାର ପୁହାଣ, ଚୂଡ଼ାକୁଟୀ ସରପଞ୍ଚ କସ୍ତୁରୀ ବିଶ୍ଵାଳ, ସମିତି ସଭ୍ୟ ଜ୍ଞାନ ରଞ୍ଜନ ମହାକୁଡ଼, ଚୂଡ଼ାକୁଟୀ ସେବା ସମବାୟ ସଭାପତି ଭାରତୀ ମଲ୍ଲିକ ପ୍ରମୁଖ ଯୋଗ ଦେଇ ଏଫ୍.ଏ.କ୍ୟୁ ମାନର ସର୍ଭାବଳୀ ଅନୁଯାୟୀ ସଠିକ ମାନର ଧାନ ଆଣି ମଣ୍ଡିରେ ବିକ୍ରୟ କରି ଅଧିକ ଲାଭବାନ ହୁଅନ୍ତୁ ବୋଲି ଚାଷୀମାନଙ୍କୁ ପରାମର୍ଶ ପ୍ରଦାନ କରିଥିଲେ । ସଠିକ୍ମାନର ଧାନକିଣା ଯିବା ପାଇଁ ସରକାରୀ ପ୍ରସ୍ତୁତି ସରିଛି । ସଂପୃକ୍ତ କର୍ମଚାରୀମାନଙ୍କୁ ତ୍ରିସ୍ତରୀୟ ତାଲିମ୍ ପ୍ରଦାନ କରାଯାଇଛି । ମଣ୍ଡିଗୁଡ଼ିକୁ ଆନୁସଂଗିକ ଉପକରଣ ଯୋଗାଇ ଦିଆଯାଇଛି ବୋଲି ଉପଜିଲ୍ଲାପାଳ ପ୍ରକାଶ କରିଥିଲେ । ଏହିଉଦ୍ଘାଟନୀ ସମାରୋହରେ ଜିଲ୍ଲା ମିଶନ ଶକ୍ତି ତରଫରୁ ମଧ୍ୟ ଷ୍ଟଲ ପ୍ରଦର୍ଶନ କରାଯାଇଥିଲା । ସରକାରୀ ଦରରେ ଧାନ କିଣା ବ୍ୟବସ୍ଥା ସମ୍ବନ୍ଧରେ ଚାଷୀମାନଙ୍କ ସଚେତନତା ଉଦ୍ଦେଶ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଚୂଡ଼ାକୁଟୀ ମଣ୍ଡିରେ, ଧାମନଗର, ରଧାବଲ୍ଲଭପୁର ଠାରେ ଲୋକକଳା ପାଲା ଓ ଭଦ୍ରକ ବ୍ଲକ୍ର ଓଲଙ୍ଗ ଓ କାଉପୁର ଠାରେ ଏକତାରା ବାଦ୍ୟ ସଂଗୀତ ପରିଷେଣ କରାଯାଇଥିଲା । ସହକାରୀ ଯୋଗାଣ ଅଧିକାରୀ ଶରତ ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଡ଼ି.ପି.ସି. ମିଶନଶକ୍ତି ଅଭିକ ନାରାୟିନ୍, ଇ-ପ୍ରଶାସନ ପରିଚାଳକ ବିଜୟାନନ୍ଦ କର ପ୍ରମୁଖ ଉଦ୍ଘାଟନୀ ସମାରୋହ ଆୟୋଜନରେ ଆନୁସଙ୍ଗିକ ସହଯୋଗ କରିଥିଲେ । ସଂପୃକ୍ତ ବିଭାଗୀୟ ଅଧବକାରୀ, କର୍ମଚାରୀ ଚାଷୀ ଭାଇ ଓ ଭରଣୀ, ସ୍ଥାନୀୟ ଜନପ୍ରତିନିଧ୍ବ, ଗଣମାଧ୍ୟମ ପ୍ରତିନିଧ ସମୂହ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ସ୍ଥାନୀୟ ପିଲାମାନଙ୍କ ଦ୍ବାରା ସଂଗୀତ ନୃତ୍ୟ ସଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା । ଜିଲ୍ଲାର ଅନ୍ୟନ୍ୟ ବ୍ଲକରେ ମଧ୍ୟ ମଣ୍ଡି ଉଦ୍ଘାଟନ କରାଯାଇଥିଲା । ଭଦ୍ରକ ବ୍ଳକର କାଉପୁରଠାରେ ବ୍ଳକସ୍ତରୀୟ ମଣ୍ଡି ଉଦ୍ଘାଟନ କାର୍ଯ୍ୟକ୍ରମରେ ଭଦ୍ରକ ବିଧାୟକ ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିଲେ ।
