ରୋଗଶଯ୍ୟାଶାୟୀ ପୁଅର ଜୀବନ ବଞ୍ଚାଇବା ପାଇଁ ସାହାଯ୍ୟ ଓ ସହଯୋଗର ହାତ ବଡାଇଲା ତିହିଡି ଅଞ୍ଚଳର ଅଗ୍ରଣୀ ସାମାଜିକ ସଂଗଠନ ବିପଦବନ୍ଧୁ ସେବା ସଂଗଠନ
ଗୁଆମାଳ :- ତିହିଡି ବ୍ଲକ ଗୁଆମାଳ ପଞ୍ଚାୟତ ଅଧିନସ୍ତ କୁମାରପୁର ଗ୍ରାମର କିଶୋର ଜେନାଙ୍କ ଏକମାତ୍ର ପୁଅ ହରେକୃଷ୍ଣ ଜେନା ଯେ କି ବୟସର ଅପରାହ୍ନରେ ଦୀର୍ଘ ଦିନ ହେବ ପେଟର ଏକ ଅଜଣା ବିମାରୀରେ ରୋଗଶଯ୍ୟାରେ ପଡିଥିଲେ। ପ୍ରଥମେ ତାଙ୍କ ପରିବାର ତରଫରୁ ତାଙ୍କୁ ଭଦ୍ରକ ମେଡିକାଲରେ ଆଡ଼ମିଶନ କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ତା ଗୁରୁତ୍ବର ହେବାରୁ ସେ ତାଙ୍କୁ କଟକ ପ୍ରାଇଭେଟ ହସ୍ପିଟାଲକୁ ନେଇ ଯାଇଥିଲେ। ସେଠାରେ ତାଙ୍କ ପରିବାର ତରଫରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ମଧ୍ୟ କିଛି ସୁଫଳ ହୋଇପାରିନଥିଲା। ସେ ଜଣେ ଗରିବ ଶ୍ରେଣୀୟ ଲୋକ ହୋଇଥିବାରୁ ଏତେ ଗୁଡାକ ଟଙ୍କା ଖର୍ଚ୍ଚ କରିବା ତାଙ୍କ ପକ୍ଷେ ଅତି କଷ୍ଟକର ହୋଇପଡ଼ିଥିଲା। ଏବଂ ହରେକୃଷ୍ଣଙ୍କ ସ୍ତ୍ରୀଙ୍କ ପାଖରେ ଯାହା ସୁନା ଗହଣା ତକ ସବୁ ଥିଲା, ସବୁକିଛି ନିଜ ସ୍ୱାମୀର ଜୀବନ ବଞ୍ଚାଇବା ପାଇଁ ବିକ୍ରି କରିଦେଇଥିଲେ। ଗ୍ରାମର କିଛି ଲୋକ ମଧ୍ୟ ମିକିମିଶି ସାହାଯ୍ୟ ଓ ସହଯୋଗର ହାତ ବଡାଇଥିଲେ। ହେଲେ କିଛି ଫଳପ୍ରଦ ହୋଇନଥିଲା, ପ୍ରାଇଭେଟ ହସ୍ପିଟାଲରେ ଏତେ ଗୁଡିକ ଟଙ୍କା ଖର୍ଚ୍ଚ କରିନପାରିବାରୁ ହସ୍ପିଟାଲର କର୍ତ୍ତୃପକ୍ଷ ତାଙ୍କୁ ବାହାର କରିଦେଲେ, ଶେଷରେ ସେ ନିରୁପାୟ ହୋଇ କଟକ ବଡ ମେଡିକାଲରେ ଆଡିମିଶନ କଲେ। ସେଠାରେ ମଧ୍ୟ ଡାକ୍ତରଙ୍କ କହିବା କଥା ହରେକୃଷ୍ଣ ଭଲ ହେବା ପାଇଁ ତିନିଲକ୍ଷ୍ୟ ଟଙ୍କା ଖର୍ଚ୍ଚ କାରିବାକୁ ପଡିବ। ସେପଟେ ବୁଡା ବାପା ମା, ଭଉଣୀ ଓଳିଏ ଖାଇଲେ ଓଳିଏ ଉପବାସ ଏବଂ ନିଜର ସ୍ତ୍ରୀ ମଧ୍ୟ କାନ୍ଦି କାନ୍ଦି ସ୍ୱାମୀର ଜୀବନ ବଞ୍ଚାଇବା ଆପ୍ରାଣ ପ୍ରଣେ ଚେଷ୍ଟା ଚଳାଇଛନ୍ତି। ଏହି ଖବର ଟିଭି ଏବଂ ଖବରକାଗଜ ରେ ପ୍ରସାରଣ ହେଲା ପରେ ତିହିଡି ଅଞ୍ଚଳର ଅଗ୍ରଣୀ ସାମାଜିକ ସଂଗଠନ ବିପଦବନ୍ଧୁ ସେବା ସଂଗଠନ ନିକଟରେ ଏହି ଖବର ହସ୍ତଗତ ହୋଇଥିଲା। ସଂଗଠନ ତରଫରୁ ମଧ୍ୟ ଗୁଆମାଳ ଅଞ୍ଚଳର ଉକ୍ତ ପରିବାରଙ୍କୁ କିଛି ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦିଆଯାଇଥିଲା।ଯାହାହେଉ ସଂଗଠନ ସମସ୍ତ ଯୁବ ସମାଜସେବୀ ଭାଇମାନଙ୍କର ଅକ୍ଲାନ୍ତ ଉଦ୍ୟମ ଏବଂ ସହଯୋଗରେ ଉକ୍ତ ପରିବାରକୁ ଆଜି ୨୦୦୦ ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରିବା ସହିତ କିଛି ଦିନ ଚଳିବା ପାଇଁ ଶୁଖିଲା ଖାଦ୍ୟ ଚୁଡା, ମୁଡି, ବିସ୍କୁଟ, ଆଦି ପ୍ରଦାନ କରିଥିଲେ। ଉକ୍ତ ସମାଜକଲ୍ୟାଣ ମୂଳକ କାର୍ଯ୍ୟକ୍ରମରେ ସଂଗଠନର ସଭାପତି କୈଳାଶ ସାହୁ,ସମ୍ପାଦକ ଅଲେଖ ଜେନା, କୋଷାଧକ୍ଷ ରାଜେୟ ବାରିକ ଏବଂ ସୁଦୂର ଭୁବନେଶ୍ୱରରୁ ଥାଇ ସଂଗଠନ ପାଇଁ ସଦାସର୍ବଦା ତ୍ୟାଗ ସାହାଯ୍ୟ ଓ ସହଯୋଗର ହାତ ବଡାଇଥାନ୍ତି। ଜଣେ ପରୋଉପକାରୀ ମଣିଷ ତଥା ସୁସଂଗଠକ ଶ୍ରୀଯୁକ୍ତ ମୁକ୍ତିକାନ୍ତ ବାରିକ(ଆମ ସମସ୍ତଙ୍କର ପ୍ରିୟ ମିଟୁ ଭାଇ) ମୁଖ୍ୟ ଉପଦେଷ୍ଟା ରଞ୍ଜନ ଶୁକ୍ଳ, ସୋସିଆଲ ମେଡିଆ ସଂଯୋଜକ ଏବଂ ଟିମ ପରିଚାଳକ ଲୋକନାଥ ପରିଡା, କୁଶକିଶୋର ବାରିକ,ରଞ୍ଜନ, ସୁଶାନ୍ତ, ବିଟୁ ଓ ଉତ୍ତମ ଆଦି ପ୍ରମୁଖ ସମାଜସେବୀ ସହଯୋଗରେ ଏହି ସମାଜ କଲ୍ୟାଣମୂଳକ କାର୍ଯ୍ୟକ୍ରମଟିକୁ ସମ୍ପାଦନ କରିଥିଲେ।
ରିପୋର୍ଟ :-ପୁନିଲ କୁମାର ସାମନ୍ତ।
