ପୁରାତନ ଛାତ୍ର ସଂସଦ ପକ୍ଷରୁ ସରସ୍ବତୀ ଶିଶୁ ମନ୍ଦିର ରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

– ଜଗତସିଂହପୁର ସହର ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ପୁରାତନ ଛାତ୍ର ସଂସଦ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ସ୍ୱାସ୍ଥ୍ୟ ଶିବିରରେ ବିଭିନ୍ନ ବିଭାଗର ଅଭିଜ୍ଞ ଡାକ୍ତର ମାନେ ଯୋଗ ଦେଇ ମାଗଣା ସେବା ଓ ଔଷଧ ବଣ୍ଟନ କରିଥିଲେ । ଏହି ଶିଶୁ ମନ୍ଦିରର ପୁରାତନ ଛାତ୍ରଛାତ୍ରୀ ମାନେ ରାଜ୍ୟ ତଥା ରାଜ୍ୟ ବାହାରେ ଡାକ୍ତରୀ ସେବା ଦେଇ ଆସୁଥିବା ବେଳେ ଆଜି ଯେଉଁ ବିଦ୍ୟାଳୟ ରେ ପାଠ ପଢୁଥିଲେ ସେହି ବିଦ୍ୟାଳୟରେ ଆଜି ଡାକ୍ତର ଭାବେ ଚିକିତ୍ସିତ କରୁଥିବାରୁ ବିଭିନ୍ନ ମହଲରୁ ଏହାକୁ ସ୍ୱାଗତ କରାଯାଇଛି ।

Leave a Reply

Your email address will not be published. Required fields are marked *