ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୦୩ ତମ ଆଗମନ ସମାବେଶ ୧୨ ରେ

ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୦୩ ତମ ଆଗମନ ସମାବେଶ ୧୨ ରେ।ପୁରୀ ୮/୧ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ପୂଣ୍ୟ ଉତ୍କଳ ଆଗମନର ୧୦୩ ତମ ଶୁଭ ମହୋତ୍ସବ ଚଳିତ ମାସ ୧୨ ତାରିଖ ରବିବାର ଅନୁଷ୍ଠିତ ହେବ। ଜାନୁଆରୀ ୧୨ ତାରିଖରେ ତାଳବଣିଆ ଠାରେ ଏହାକୁ ଭବ୍ୟ ଭାବେ ଆୟୋଜନ କରିବାକୁ ଉତ୍କଳ ଆଗମନୀ ସ୍ମୃତି ଉତ୍ସବ କମିଟି ନିଷ୍ପତ୍ତି ନେଇଛି। ଏହାକୁ ଶୃଙ୍ଖଳିତ ଭାବେ ଆୟୋଜନ କରିବାକୁ ସ୍ମୃତି ଉତ୍ସବ କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ବୋଲି ପ୍ରତି ଋତିକ ତଥା ଦେଓଘର ସତସଙ୍ଗର ସହ ସମ୍ପାଦକ ଡା ବିନାୟକ ମହାପାତ୍ର ସୂଚନା ଦେଇଛନ୍ତି।ଏ ସମ୍ପର୍କରେ ଆଜି ପୂର୍ବାହ୍ନରେ ପୁରୀ ସତସଙ୍ଗ ଠାକୁର ବାଡ଼ି ପରିସରରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ସୂଚନା ଦେଇ ଉତ୍ସବ କମିଟିର ଯୁଗ୍ମ ସମ୍ପାଦକ ନିରଞ୍ଜନ ବେହେରା ବିଭିନ୍ନ ସ୍ଥାନରୁ ଆସୁଥିବା ହଜାର ହଜାର ଶ୍ରଦ୍ଧାଳୁ ମାନେ ଯେପରି ଉତ୍ସବ ସ୍ଥଳରେ ସୁନ୍ଦର ଓ ଶୃଙ୍ଖଳିତ ଦର୍ଶନ ସହ କାର୍ଯ୍ୟକ୍ରମ କୁ ଶ୍ରଦ୍ଧାର ସହ ଉପଭୋଗ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି ବୋଲି କହିଥିଲେ।ତିନୋଟି ଉତ୍ସବ ମଣ୍ଡପରେ ୧୨ ତାରିଖ ଦିନ ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବ୍ରାହ୍ମମୁହୂର୍ତ୍ତେ ବେଦ ମାଙ୍ଗଳିକୀ ଓ ନହବତ,ପ୍ରତ୍ୟୁଷେ ଉଷାକିର୍ତ୍ତନ ରୁ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି କହିଥିଲେ। ସକାଳ ୬.୨୨ ମିନିଟ ରୁ ଉଷାବିନତି,ଦର୍ଶନ, ପ୍ରଣାମ ଓ ପରେ ପୂଣ୍ୟ ଉତ୍ସବ ର ଶୁଭ ଉଦଘାଟନ କରାଯିବ।୮.୩୦ ରେ ଶ୍ରୀ ବିଗ୍ରହ ଶୋଭାଯାତ୍ରା ,ସଂଗୀତାଞ୍ଜଳି ଓ ନୃତ୍ୟ ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ,ଦିବା ୧୧ ଘଟିକା ରେ ପ୍ରସାଦ ସେବନ,ସକାଳ ୮ ଘଟିକା ରୁ ଦିବା ୧ ଘଟିକା ପର୍ଯ୍ୟନ୍ତ ବିବିଧ ଇଷ୍ଟ ପ୍ରସଙ୍ଗ ଆଲୋଚନା, ଅପରାହ୍ନ ୨.୩୦ ଘଟିକା ରେ ଚିକିତ୍ସକ ସମ୍ମିଳନୀ,୩.୩୦ ମିନିଟ ରେ ମାତୃ ସମ୍ମିଳନୀ, ସଂଧ୍ୟା ୫.୨୩ ରେ ସଂଧ୍ୟା ବିନତି, ପ୍ରଣାମ, ଗ୍ରନ୍ଥ ପାଠ, ୭ ଘଟିକା ରେ ସତସଙ୍ଗ, ସଦାଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ତାଳବଣିଆ ପଡିଆ ଓ ଶିଳ୍ପ ତାଲିମ କେନ୍ଦ୍ର ପଡ଼ିଆରେ ଯାନବାହାନ ପାର୍କିଂ ହେବ ବୋଲି ସୂଚନା ଦେଇଥିଲେ। ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଡଃ ହୃଷୀକେଶ ସେନାପତି , ଡମ୍ବରୁଧର ଦାସ,ଡଃ ନନ୍ଦ କିଶୋର ପ୍ରଧାନ, ଅରୁଣ କୁମାର ସାହୁ, ସମିର ରଞ୍ଜନ ବେହେରା, ନଟବର ଓଝା,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମୁଖ ଯୋଗ ଦେଇ ବିବିଧ ସୂଚନା ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *