ଅନୁରାଗ ସାହିତ୍ୟ ସଂଗୋଷ୍ଠୀ

ପୁରୀର ସାହିତ୍ୟ ଆଲୋଚନା ଓ କବିତା ଆସର ଗତ ୮ ତାରିଖ ବୁଧବାର ସନ୍ଧ୍ୟା ୨୯ତମ ଶ୍ରୀକ୍ଷେତ୍ର ପୁସ୍ତକ ମେଳାର ଷଷ୍ଠ ସନ୍ଧ୍ୟାରେ ଅନୁରାଗ ସାହିତ୍ୟ ସଂଗୋଷ୍ଠୀର ସଭାପତି ବରିଷ୍ଠ ଲେଖିକା ବିଜୟଲକ୍ଷ୍ମୀ ଦାଶ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଏବଂ କାର୍ଯ୍ୟକାରୀ ସଭାପତି କବି ସୁସଂଯୋଜକ ଶିବ ସୁନ୍ଦର ମିଶ୍ରଙ୍କ ସଂଯୋଜନାରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସୈ।ଭାଗ୍ୟ କୁମାର ସାହୁ, ସମ୍ମାନନୀୟ ଅତିଥି ରୂପେ କାକଟପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଦିଲୀପ କୁମାର ସେନାପତି, ସାମାଜିକ କର୍ମୀ ଓ ବିଶିଷ୍ଟ ସଂସ୍କୃତି ପ୍ରେମୀ ଚକ୍ରଧର ମହାପାତ୍ର, ରେଣୁକା ମିଶ୍ର, ପୁରୁଷୋତ୍ତମ ନନ୍ଦ ଏବଂ ବିଶିଷ୍ଟ ବାଗ୍ମୀ ଡକ୍ଟର ପ୍ରମୋଦ କୁମାର ଦଳାଇ ଯୋଗଦାନ କରିଥିଲେ। ସମ୍ପାଦକ ଅନାମ ଚନ୍ଦ୍ର ସାହୁ ସମ୍ପାଦକୀୟ ବିବରଣୀ ରଖିଥିଲେ। ଏହି ଅବସରରେ ଅନାମ ଚନ୍ଦ୍ର ସାହୁଙ୍କ ରଚିତ ପୁସ୍ତକ “ସମାଜ ଓ ସଂସ୍କୃତି” ଅତିଥି ମାନଙ୍କ ହାତରେ ଉନ୍ମୋଚିତ ହୋଇଥିଲା। ପ୍ରଖ୍ୟାତ ସାହିତ୍ୟିକ ଡକ୍ଟର ନୃସିଂହ ନନ୍ଦ ମହାପାତ୍ରଙ୍କୁ ସାରସ୍ୱତ ସମ୍ମାନରେ ସମ୍ମାନୀତ କରାଯାଇଥିଲା। କବୟିତ୍ରୀ ସୁଶ୍ରୀ କ୍ରିଷ୍ଣା ମହାପାତ୍ରଙ୍କ ସଂଯୋଜନାରେ ସର୍ବଶ୍ରୀ ସୁରେଶ କୁମାର ପଟ୍ଟନାୟକ, ସୁବାସ ଚନ୍ଦ୍ର ମିଶ୍ର, କରୁଣାକର ଭୋଳ, ମହେଶ୍ୱର ଜେନା, ଵିଶ୍ୱମ୍ଭର ସାହୁ, ଅଭିମନ୍ୟୁ ରାୟଗୁରୂ, ରାଜେଶ ବେହେରା, ରଶ୍ମିତା ନନ୍ଦ, ଦୟାନିଧି ପଣ୍ଡା, ଭାରତୀ ଭୂଷଣ ଦାସ, ଯୋଗେନ୍ଦ୍ର ସାହୁ, ହରିଶଙ୍କର ମିଶ୍ର, ପୁଲକ ମିଶ୍ର, ଅଶୋକ କୁମାର ଆଢ୍ୟ, ରାମଚନ୍ଦ୍ର ସାହୁ, ସତ୍ୟନାରାୟଣ ମିଶ୍ର, ସହଦେବ ସାହୁ, ଅନ୍ନପୂର୍ଣ୍ଣା ଦେବୀ, ଆର୍ତ୍ତତ୍ରାଣ ମାନସିଂହ, ନବ କିଶୋର ରଥ, ମଞ୍ଜୁଳା ଦେବୀ, ବିପିନ ବିହାରୀ ଦଳାଇ, ଫୁଲରାଣୀ ପାଳ ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ। ଦୟାନିଧି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *