ମନ୍ତ୍ରୀ ଷ୍ଟୋନ୍ ଇଣ୍ଟରନ୍ୟାଶନାଲରେ କାଜାରିଆ ସୋ’ ରୁମ୍ ଉଦ୍ଘାଟିତ
ଭୁବନେଶ୍ୱର: ମନ୍ତ୍ରୀ ଷ୍ଟୋନ୍ ଇଣ୍ଟରନ୍ୟାଶନାଲରେ କାଜାରିଆର ନୂତନ ସୋ’ରୁମ୍ ଡଃ ପ୍ରଫେସର ଅଚ୍ୟୁତ ସାମନ୍ତକିଟ୍, କିସ୍ ଓ କିମ୍ଭର ପ୍ରତିଷ୍ଠାତାଙ୍କ ଦ୍ବାରା ଉଦ୍ଘାଟିତ ହୋଇଯାଇଛି। ମନ୍ତ୍ରୀ ଷ୍ଟୋନ୍ ଇଣ୍ଟରନ୍ୟାଶନାଲର ମାଲିକ ଶ୍ୟାମ ସୁନ୍ଦର ମନ୍ତ୍ରୀ କାଜାରିଆ ଟାଇଲ୍ସର ଗୁଣବତ୍ତା ଏବଂ ଦୈନନ୍ଦୀନ ଜୀବନରେ ଏହାର ବ୍ୟବହାର ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। କାଜାରିଆ ଟାଇଲ୍ସର ଗୁଣବତ୍ତା, ପ୍ରତିଯୋଗିତାମୂଳକ ମୁଲ୍ୟ, ଲୋକପ୍ରିୟତା ବୃଦ୍ଧି ଦିଗରେ ସେ ଗୁରୁତ୍ଵ ଦେଇଥିବା ସହ ଗ୍ରାହକ ସନ୍ତୁଷ୍ଟି ଓ ଉତ୍ତମ ଗ୍ରାହକ ସେବା ଉପରେ ସେ ଗୁରୁତ୍ବାରୋପ କରିଥିଲେ।

ଏହି ଅବସରରେ ମନ୍ତ୍ରୀ ଗ୍ରୁପ୍ ଅଫ୍ କମ୍ପାନୀଜର ଜଗଦୀଶ ମାହେଶ୍ଵରୀ, ରୋନକ ମାନ୍ଧନା, ସଞ୍ଜୟଜୀ ମୋର, ନୀତେଶ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥ୍, ଶ୍ରୀ ସାମନ୍ତ ମନ୍ତ୍ରୀ ଷ୍ଟୋନ୍ ଇଣ୍ଟରନ୍ୟାଶନାଲ ପରି ଭରସାଯୋଗ୍ୟ ବ୍ୟବସାୟ କରିବା ସପକ୍ଷରେ ନିଜର ମତ ରଖିଥିଲେ। ।। ୫୦ ଜଣ ବଛା ବଛା ବିଲ୍ଡର, ୪୦ ଜଣ ଆର୍କିଟେକ୍ଟ, ସାମାଜିକ ସଂସ୍ଥା ଏବଂ ୧୦୦ ଜଣ ପୁରୁଣା ଗ୍ରାହକ ନୂତନ ଭାବେ ଖୋଲିଥିବା କାଜାରିଆର ଉଜ୍ଜଳ ଭବିଷ୍ୟତ ପାଇଁ ନିଜର ଶୁଭେଚ୍ଛା ଜଣାଇ ଥିଲେ। କାଜାରିଆ ଓଡିଶା ମୁଖ୍ୟ ତ୍ରିବିକ୍ରମ ନନ୍ଦ ପ୍ରଡକ୍ଟର ଗୁଣବତ୍ତା ଓ ବ୍ୟବହାର ଉପରେ ବୁଝାଇ କହିଥିଲେ ଏବଂ ଅରୁଣ ରାଠୀ, ସୁନିଲ ମୁଦ୍ରା, ସୁନିଲ ରାଠୀ, ଅଭିଷେକ ମନ୍ତ୍ରୀ, ଅଶୋକ ଶାରଦା, ଅନିଲ ରାଠୀ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ l
