ଅସ୍ତରଙ୍ଗ ପ୍ରେସ୍ କ୍ଲବ୍ ବନ୍ଧୁମିଳନ ୯ତମ ଜନ୍ମବାର୍ଷିକ ପାଳିତ
ଅସ୍ତରଙ୍ଗ ପ୍ରେସ୍ କ୍ଲବ୍ ବନ୍ଧୁମିଳନ ୯ତମ ଜନ୍ମବାର୍ଷିକ ପାଳିତ ଅସ୍ତରଙ୍ଗ (୦୯/୦୧) ଗତକାଲି ଅସ୍ତରଙ୍ଗ ପ୍ରେସ୍ କ୍ଲବ୍ ର ଅସ୍ତରଙ୍ଗ ଠାରେ ମହାସମାରୋହରେ ବନ୍ଧୁମିଳନ ୯ତମ ଜନ୍ମବାର୍ଷିକ ଉତ୍ସବ ପାଳନ ହୋଇଯାଇଛି। କ୍ଲବ ର ସଭାପତି ଶରତ କୁମାର ପରିଡ଼ାଙ୍କ ସଭାପତିତ୍ବ କରିଥିଲାବେଳେ ମୁଖ୍ୟ ଉପଦେଷ୍ଟା ଜଣାଶୁଣା ସମାଜସେବ ପ୍ରତାପ ଚନ୍ଦ୍ର ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜନ୍ମ ବାର୍ଷିକ କେକ୍ କାଟିବା ସହିତ ସମସ୍ତ ସଦସ୍ୟ ମାନଙ୍କୁ ନୂତନ ବର୍ଷର ଅଭିନନ୍ଦନ ଶୁଭେଚ୍ଛା ଜଣାଇଥିଲେ। ଆଗାମୀ ଦିନରେ କ୍ଲବର ଉତ୍ତରୋତ୍ତର କାମନା କରିବା ସହ ମା ମାଟି ପାଇଁ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି କହିଥିଲେ । ଆସନ୍ତା ଜାନୁୟାରୀ ୨୬ତାରିଖ ଦିନ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଆଲୋଚନା କରାଯାଇ ଅଞ୍ଚଳର କିଛି ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା। ସଂଯୋଜକ ଶୋଭାକର ବେହେରା ସଭାକୁ ପରିଚାଳନା କରିଥିବା ବେଳେ ବରିଷ୍ଠ ସଦସ୍ୟ ତଥା କଲ୍ୟାଣ ପାଣ୍ଠିର ଅଧ୍ୟକ୍ଷ ପ୍ରମୋଦ ଦାସ,ମମତା ଜେନା, ତ୍ରିଲୋଚନ ବେହେରା, ଅଲେଖ ବିଶ୍ଵାଳ,ଅନିଲ ବାରିକ, ପ୍ରିୟବ୍ରତ ମୁଦୁଲି, ପ୍ରଶାନ୍ତ ଜେନା, ଅକ୍ଷୟ ମହାନ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ସର୍ବଶେଷରେ ସମ୍ପାଦକ ବୃନ୍ଦାବନ ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ।
