ପୁରୀ ବିଚ ଫେଷ୍ଟିଭାଲ ତୃତୀୟ ସଂଧ୍ୟା କୁଉଦଘାଟନ କଲେ ପୁରୀ ସାଂସଦ

ପୁରୀ ୯/୧ ପୁରୀ ବିଚ ଫେଷ୍ଟିଭାଲ ର ତୃତୀୟ ସଂଧ୍ୟା କୁ ମୁଖ୍ୟ ଅତିଥି ଭାବେ ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର ଉଦଘାଟନ କରିଛନ୍ତି।ନିଜ ବକ୍ତବ୍ୟ ରେ ଡା ପାତ୍ର ଚଳିତ ପ୍ରବାସୀ ଭାରତୀୟ ଦିବସ ଓଡିଶା ରେ ଆୟୋଜନ ଏକ ବଡ ଉପଲବ୍ଧି ଓ ଏହା ଆମ ପର୍ଯ୍ୟଟନ ଶିଳ୍ପକୁ ଅଧିକ ଋଦ୍ଧିମନ୍ତ କରିବ ବୋଲି କହିଥିଲେ।ପ୍ରଧାନମନ୍ତ୍ରୀ ଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ପ୍ରବାସୀ ମାନଙ୍କୁ ସମ୍ବୋଧିତ କରି ୨୦୪୭ ସୁଦ୍ଧା ଭାରତ କୁ ବିକଶିତ ରାଷ୍ଟ୍ର ରେ ପରିଣତ କରିବାକୁ ଆହ୍ଵାନ ଦେଇଛନ୍ତି।ପ୍ରତିଟି ଭାରତୀୟ ଓ ପ୍ରବାସୀ ଭାରତୀୟ ଙ୍କ ସହଯୋଗ ଏହାକୁ ସାକାର କରିବ।ଆମ ମୁଖ୍ୟମନ୍ତ୍ରୀ ମଧ୍ୟ ୨୦୩୬ ସୁଦ୍ଧା ଓଡିଶା କୁ ବିକଶିତ ରୂପ ଦେବାକୁ ଆହ୍ୱାନ ଦେଇଛନ୍ତି।ଆମ ସମସ୍ତଙ୍କ ସମ୍ମିଳିତ ଉଦ୍ୟମ ଏହାକୁ ସଫଳ କରିବ।ପୁରୀ ବିଚ ଫେଷ୍ଟିଭାଲ ଆମ ସଂସ୍କୃତି ଓ ପରମ୍ପରା ର ମହାନ ଗାଥାର ନୂତନ ଫର୍ଦ୍ଦ।ଏହା ଲୋକକଳା, ହସ୍ତକଳା,କଳାକାର ମାନଙ୍କ ଏକ ସମୃଦ୍ଧ ସମାହାର ବୋଲି କହିବା ସହ ବିକାଶ ପଥରେ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ।ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ରାଞ୍ଚଳ ଡିଆଜି ଚରଣ ସିଂ ମିନା ପୁରୀ ମହାପ୍ରଭୁଙ୍କ ପାଇଁ ପ୍ରସିଦ୍ଧ ଓ ସମସ୍ତ ଙ୍କ ଆକର୍ଷଣ ର କେନ୍ଦ୍ର ରହିଛି।ପ୍ରବସୀ ଭାରତୀୟ ମାନଙ୍କର ପୁରୀ ପ୍ରତି ଅନେକ ଆକର୍ଷଣ ରହିଛି।ଏହି ବିଚ ଫେଷ୍ଟିଭାଲ ରେ ପଲ୍ଲିଶ୍ରୀ ମେଳା, ବିଚ ସ୍ପୋର୍ଟ୍ସ, ଆର୍ଟ ପ୍ରଦର୍ଶନୀ, ଗୁଡି ପ୍ରଦର୍ଶନୀ ସବୁ ବର୍ଗଙ୍କୁ ଆକୃଷ୍ଟ କରିଛି।ଏହି ସୁନ୍ଦର ମହୋତ୍ସବ ପାଇଁ ସେ ଜିଲ୍ଲା ପ୍ରଶାସନ କୁ ଧନ୍ୟବାଦ ଜଣାଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସ ପି ବିନୀତ ଅଗ୍ରୱାଲ, ଡିଏଫଓ ବିବେକ କୁମାର ପ୍ରମୁଖ ମହୋତ୍ସବ ରେ ଉପସ୍ଥିତ ଥିଲେ।ଶେଷରେ ପୁରୀ ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ଉପ ଜିଲ୍ଲାପାଳ ରାଜ କିଶୋର ଜେନା,ଅତିରିକ୍ତ ଉପ ଜିଲ୍ଲାପାଳ ନୀଳମାଧବ ମାଝୀ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।ପରେ ଲୋକ ନୃତ୍ୟ, ମାଲଖମ୍ବ କଳା ପ୍ରଦର୍ଶନ ହୋଇଥିଲା।ଶେଷରେ କଣ୍ଠଶିଳ୍ପୀ ବିଶାଲ ମିଶ୍ର ସଂଗୀତ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Leave a Reply

Your email address will not be published. Required fields are marked *