ନୀଳାଚଳ ଗ୍ରାମ୍ୟ ବ୍ୟାଙ୍କର ଜୁଲମ

ନୀଳାଚଳ ଗ୍ରାମ୍ୟ ବ୍ୟାଙ୍କର ଜୁଲମ। ଚାଷ ଜମିକୁ ଶାଗମାଛ ଦରରେ ନିଲାମ।ନିମାପଡା ( ) ସରକାର ଚାଷୀଙ୍କ ପାଇଁ ବହୁବିଧ ଯୋଜନା କରିଛନ୍ତି। ଚାଷୀ କିପରି କମ ସୁଧରେ ଋଣ ଆଣି ଚାଷ କରି ପାରିବ ସେଥିପାଇଁ ସରକାର ବିଭିନ୍ନ ବ୍ୟାଙ୍କକୁ ନିର୍ଦେଶ ଦେଇଛନ୍ତି। କିନ୍ତୁ ସେହି ବ୍ୟାଙ୍କ ଯଦି ହଇରାଣ କରିବ ତେବେ ଚାଷୀ ଗୁହାରି କରିବ କାହାକୁ। ଏଭଳି ଏକ ଘଟଣା ଘଟିଛି ନିମାପଡା ବ୍ଲକ ଅନ୍ତର୍ଗତ ତେରୁଣ୍ଡିଆ ଗ୍ରାମରେ। ତେରୁଣ୍ଡିଆ ଗ୍ରାମର ଜଟାଧାରୀ ନାୟକ ନାମକ ଜଣେ ଚାଷୀ ନିଜର 4 ଏକର ଜମି 3 ଲକ୍ଷ ଟଙ୍କାର ମିଆଦି ଜମା ନୀଳାଚଳ ଗ୍ରାମ୍ୟ ବ୍ୟାଙ୍କରେ ବନ୍ଧକ ରଖି 2012 ମସିହାରେ 21 ଲକ୍ଷ ଟଙ୍କାର ରୁଣ ନେଇଥିଲେ।କୁକୁଡ଼ା ଚାଷ ଏବଂ ଗୋପାଳନ ପାଇଁ କୃଷି ବିଭାଗ ଯୋଜନା ଅନୁସାରେ ରୁଣ ଟଙ୍କା ବିନିଯୋଗ ହେବ ବୋଲି ନୀଳାଚଳ ବ୍ୟାଙ୍କ ସହ ଚୁକ୍ତି ହୋଇଥିଲା।ବ୍ୟାଙ୍କରୁ ରୁଣ ନେବା ପରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଓ ବିଭିନ୍ନ କାରଣରୁ ଜଟାଧାରୀ ନାୟକ ରୁଣ ଖିଲାପ ଟଙ୍କା ଦେଇପାରି ନ ଥିଲେ।ଏବଂ କିସ୍ତି ଟଙ୍କା ଦେଇ ନ ପାରିବାରୁ ବ୍ୟାଙ୍କ ରୁଣ ଖିଲାପକାରୀ ଦର୍ଶାଇ ମୁଳ ଟଙ୍କା ସହ ସୁଧ ମିଶାଇ 54 ଲକ୍ଷ 50 ହଜାର ଟଙ୍କା ଆଦାୟ କରିବା ପାଇଁ ନୋଟିସ ଜାରୀ କରିଥିଲେ।ଏ ନେଇ ଜଟାଧାରୀ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇ ସମୟ ମାଗିଥିଲେ। ମାନ୍ୟବର ହାଇକୋର୍ଟଙ୍କ ନିର୍ଦେଶ ଅନୁସାରେ ପ୍ରଥମ ଥର 2 ଲକ୍ଷ ଟଙ୍କା ଏବଂ ଦ୍ୱତୀୟ ଥର 3 ଲକ୍ଷ ଏଭଳି ମୋଟ 5 ଲକ୍ଷ ଟଙ୍କା ଜମା କରିଥିବା ବେଳେ ତାଙ୍କ ସଂଚୟ ଖାତାରେ 35 ଲକ୍ଷ ଟଙ୍କା ମଧ୍ୟ ଜମା ରହିଛି। ତେବେ ବ୍ୟାଙ୍କ ଚାଷ ଜମି ଚାଷ କାର୍ଯ୍ୟରେ ଲାଗୁନି ଜମି ପଡିଆ ପଡିଛି ବୋଲି ଦର୍ଶାଇ 33 ଲକ୍ଷ 50 ହଜାର ଟଙ୍କାରେ ନିଲାମ କରି ଦେଇଛନ୍ତି।ନିଲାମ ବେଳେ ଜଣେ ମାତ୍ର ମହିଳା ନିଲାମ ବିଡ ଦାଖଲ କରିଥିଲେ। ଉଦେଶ୍ୟ ମୂଳକ ଭାବରେ ଜଟାଧାରୀଙ୍କୁ ନିଲାମରେ ଭାଗ ନେବାକୁ ଦିଆ ଯାଇ ନ ଥିଲା। ଏଠି ପ୍ରଶ୍ନ ଉଠୁଛି ଜଟାଧାରୀଙ୍କ ସଂଚୟ ଖାତାରେ 35 ଲକ୍ଷ ଟଙ୍କା ଜମା ଥିବା ବେଳେ ତାଙ୍କୁ ନିଲାମରେ କାହିଁକି ଭାଗ ନେବାକୁ ଦିଆ ନ ଯାଇ ଶାଗ ମାଛ ଦରରେ ଜଣେ ମହିଳାଙ୍କୁ 33 ଲକ୍ଷ 50 ହଜାର ଟଙ୍କାରେ ନିଲାମ ଦିଆଗଲା।ଅନ୍ୟ ପଟରେ ସରଫାସି ଆଇନ ଅନୁସାରେ ବନ୍ଧକ ଥିବା ଜମି ଚାଷ କାର୍ଯ୍ୟରେ ବ୍ୟବହୃତ ହେଉଥିଲେ ସେକ୍ସସନ 31 କୃଷି ଆଇନ ଅନୁସାରେ ବ୍ୟାଙ୍କ ନିଲାମ କରି ପାରିବ ନାହିଁ ବୋଲି ଉଚ୍ଚତମ ନ୍ୟାୟଳୟଙ୍କ ସ୍ପଷ୍ଟ ନିର୍ଦେଶ ଅଛି। ଜଟାଧାରୀ ମଧ୍ୟ ନିଜ ଚାଷ ଜମିରେ ଧାନ, ମୀନ ଏବଂ ପନିପରିବା ଚାଷ କରିଛନ୍ତି।କିନ୍ତୁ ଏପଟେ ବ୍ୟାଙ୍କ ଜମି ପଡିଆ ପଡିଛି ଦର୍ଶାଇ କମ ମୂଲ୍ୟରେ ନିଲାମ କରି ଦେଇଛନ୍ତି।ଉଚ୍ଚତମ ନ୍ୟାୟଳୟଙ୍କ ନିର୍ଦେଶ ବ୍ୟାଙ୍କ ଅବମାନନା କରିଥିବା ବେଳେ ନିଲାମ ମଧ୍ୟ ଅସାମ୍ବିଧାନିକ ଭାବରେ କରା ଯାଇଥିବା ଜଟାଧାରୀ ଅଭିଯୋଗ କରିଛନ୍ତି। ନିଜ ପ୍ରତି ହୋଇଥିବା ଅନ୍ୟାୟକୁ ନେଇ ଜଟାଧାରୀ ମରଣ ସହ ଲଢ଼ୁଥିବା ବେଳେ ବ୍ୟାଙ୍କ କେବେ ତାଙ୍କୁ ନ୍ୟାୟ ଦେବ ସେ ନେଇ ଅପେକ୍ଷାରେ ଅଛନ୍ତି।

Leave a Reply

Your email address will not be published. Required fields are marked *