୧୧ ଟିକିଆ ହାତୀପଲ ଧାନ, ଚାଉଳ ଖାଇଲେ ଘର ଭାଙ୍ଗିଲେ
୧୧ ଟିକିଆ ହାତୀପଲ ଧାନ, ଚାଉଳ ଖାଇଲେ ଘର ଭାଙ୍ଗିଲେ। ଭୟାଭିତ ଗ୍ରାମବାସୀ।lଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ସାହାଲା ଫରେଷ୍ଟ ବିଟ୍ ଅନ୍ତର୍ଗତ ଶକ୍ତିନଗର ସାହିରେ ବିଳମ୍ବିତ ରାତିରେ ଧାନ, ଚାଉଳ ଖାଇବା ସହ ଘର ଭାଙ୍ଗିଛନ୍ତି ୧୧ ଟିକିଆ ହାତୀପଲ। ଗାଁର ରାମ ହାଁସଦା ଏବଂ ସୁନ୍ଦର ହେମ୍ବ୍ରମଙ୍କର ୫ ବଖରା ଘର ଭାଙ୍ଗିବା ସହି ଘରେ ଥିବା ଚାଉଳ, ଧାନକୁ ଖାଇଥିଲେ । ତେବେ ସୂଚନା ଅନୁଯାୟୀ ରାତି ପ୍ରାୟ ୧୧ ଟା ସମୟରେ ଉଭୟଙ୍କ ପରିବାର ଲୋକେ ଖାଇ ପିଇ ଶୋଇବା ପରେ ଏକ ୧୧ ଟିକିଆ ହାତୀପଲ ଗାଁ ଭିତରେ ପଶି ଉତ୍ପାତ କରିଥିଲେ। ପ୍ରଥମେ ସୁନ୍ଦର ହେମ୍ବ୍ରମଙ୍କ ଘର ଭାଙ୍ଗି ସହ ଘରେ ଥିବା ଆସବାବପତ୍ର ଗୁଡିକ ନଷ୍ଟ କରିଥିଲେ। ଏବଂ ଘରେ ଥିବା ୮ ବସ୍ତା ଧାନ, ୩ ବସ୍ତା ଚାଉଳ ଖାଇ ଦେଇଥିଲେ। ତେବେ ହାତୀଙ୍କ ରଡି ଶୁଣି ପରିବାର ଲୋକେ ଜୀବନ ବିକଳରେ ଗାଁ ଭିତରକୁ ଚାଲି ଯାଇଥିଲେ। ହାତୀ ଆତଙ୍କକୁ ନେଇ ଗ୍ରାମବାସୀ ମାନେ ନିଜ ଘରେ ତାଟି କବାଟ ପକାଇଥିଲେ। ହାତୀପଲ ବର୍ତମାନ ଗ୍ରାମ ନିକଟ ଜଙ୍ଗଲରେ ଥିବାରୁ ଭୟାଭିତ ଅବସ୍ଥାରେ ଗ୍ରାମବାସୀ ଅଛନ୍ତି। ତେବେ ତୁରନ୍ତ ବନ ବିଭାଗ ପକ୍ଷରୁ ହାତୀ ଉପଦ୍ରବରେ କ୍ଷତିଗ୍ରସ୍ତ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ସହ ଅଞ୍ଚଳରୁ ହାତୀ ଘଉଡାଇବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।
