କୋଟିଏରୁ ଉର୍ଦ୍ଧ୍ବ ମୂଲ୍ୟର ବ୍ରାଉନ ସୁଗର ଜବତ,୨ କୋର୍ଟ ଚାଲାଣ

ଭଦ୍ରକ :୨୭/୧୦:- ରାଜ୍ୟ ରାଜପଥ ଭଦ୍ରକ-ଆନନ୍ଦପୁର ରାସ୍ତାରେ ଚେକିଂ ଚାଲିଥିବା ବେଳେ ରାନ୍ଦିଆ ନିକଟରେ ସନ୍ଦେହ ଜନକ ଭାବେ ଭଦ୍ରକରୁ ବରପଦା ଦିଗକୁ ବାଇକରେ ଯାଉଥିବା ଦୁଇଜଣଙ୍କୁ ଯାଞ୍ଚ କରି ସେମାନଙ୍କ ଠାରୁ ବାଇକ ସହ ୧ କେଜି ୩୦ ଗ୍ରାମ ବ୍ରାଉନସୁଗାର(ପ୍ରାୟ କୋଟିଏ ଟଙ୍କାରୁ ଉର୍ଦ୍ଧ),୩ଟି ମୋବାଇଲ ଓ ଗୋଟିଏ ଆଧାର କାର୍ଡ ଜବତ କରିଥିବା ଆଜି ପୁଲିସ କହିଛି। କାଲି ରାତିରେ ଏହି ଚଢଉ ହୋଇଥିବାବେଳେ ଆଜି ଉଭୟଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଦୁଇଜଣ ଗ୍ରାମାଞ୍ଚଳ ଥାନା ଅଂଚଳର ଶ୍ରୀକାନ୍ତ ଓ ଅରୁଣ। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଚରଣସିଂ ମିନା ଏହି ସୂଚନା ଦେଇଛନ୍ତି।

ରିପୋର୍ଟ :-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *