ବାଲିଗୁଡ଼ା ବ୍ଲକ ସ୍ତରୀୟ ପଞ୍ଚାୟତ ଜନ ପ୍ରତିନିଧି ପରିଷଦ ୩ୟ ବାର୍ଷିକ ସାଧାରଣ ବୈଠକ
ଫୁଲବାଣୀ:ନିପ୍ର:-୧୦/୦୧ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ସ୍ତରୀୟ ପଞ୍ଚାୟତ ଜନ ପ୍ରତିନିଧି ପରିଷଦ ୩ୟ ବାର୍ଷିକ ସାଧାରଣ ବୈଠକ ବାଲିଗୁଡ଼ା ସ୍ଥାନୀୟ ଗାୟତ୍ରୀ ମଣ୍ଡପ ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି ପ୍ରତାପ ମଲିକ ଙ୍କ ଅଧ୍ୟକତା ରେ ଆୟୋଜିତ ଏହି ସାଧାରଣ ବୈଠକରେ ମୂଖ୍ୟ ଅତିଥି ଭାବେ ତହସିଲଦାର ଦୀପ୍ତି ପ୍ରକାଶ ବେହେରା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ପରିଷଦର ଉପ ସଭାପତି ପରମାନନ୍ଦ ନାୟକ ସମ୍ପାଦକ ଅଶୋକ କୁମାର ମଲିକ କୋଷାଧ୍ୟକ୍ଷ ଜାନକୀ କହଁର, ବରିଷ୍ଠ ଉପଦେଷ୍ଟା ରଘୁନାଥ ମଲିକ ଓ ଅଭିରାମ୍ ରଣା ପ୍ରମୁଖ ଉପସ୍ଥିତ ଥିଲେ। ପରିଷଦର ପକ୍ଷରୁ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଶିକ୍ଷା,ସ୍ବାସ୍ଥ୍ୟ,ପାନୀୟ ଜଳ,ପରିବେଶ ସୁରକ୍ଷା,ଜଙ୍ଗଲ ସୁରକ୍ଷା,କୃଷି ଓ ପ୍ରାଣସମ୍ପଦ କୁ ନେଇ ଜନସାଧାରଣ ଙ୍କ ଉନ୍ନତୀ ଯେମିତି ହୋଇ ପାରିବ ଓ ସମସ୍ତ ଯୋଜନ ଲୋକଙ୍କ ପାଖରେ ପହଞ୍ଚି ପାରିବା ସହିତ ସଫଳ ରୂପାୟନ ହୋଇ ପାରିବ ବୋଲି ପ୍ରାଞ୍ଜଳ ଭାବେ ଆଲୋଚନା କରାଯାଇ ଜନ ସଚେତନତା ମୂଖ୍ୟ ଉଦେଶ୍ୟ ବୋଲି ଅତିଥି ମାନେ କହିଥିଲେ।

ଏହାପରେ ଏହି ମହୋତ୍ୱପୂର୍ଣ ବୈଠକରେ ବ୍ଲକର ବିଭିନ୍ନ ପଞ୍ଚାୟତର ଜନ ପ୍ରତିନିଧି ଓ ସମାଜସେବୀ ମାନ ସେମାନଙ୍କ ଶ୍ରେଷ୍ଠ ଆଦର୍ଶ ଭୂମିକାରେ ସମାଜସେବା ଯୋଗାଇ ମହୋତ୍ୱପୂର୍ଣ କାର୍ଯ୍ୟ କରୁଥିବାରୁ ସମ୍ମାନୀତ କରାଯାଇଥିଲା। ଶ୍ରେଷ୍ଠ ଆଦର୍ଶ ସମ୍ମାନୀତ ଭାବେ ବାଲିଗୁଡ଼ା ବ୍ଲକ ମିଡ଼ିଆକିଆ ପଞ୍ଚାୟତର ସମିତିସଭ୍ୟା ତଥା ଓଡ଼ିଶା ରାଜ୍ୟ ସମିତିସଭ୍ୟ/ସଭ୍ୟା ପରିବାରର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଜାନକୀ କହଁର,ସରପଞ୍ଚ ଅଶୋକ କୁମାର ମଲିକ,ଶ୍ରେଷ୍ଠ ଆଦର୍ଶ ସମ୍ମାନୀତ କରାଇଥିବା ବେଳେ,ପରମାନନ୍ଦ ନାୟକ l,ଅରୁଣ ନାୟକଙ୍କୁ ଆଦର୍ଶ ସମାଜସେବୀ ଭାବେ ସମ୍ମାନୀତ କରାଯାଇଛି, ସେହିଭଳି ନାଏବ ସରପଞ୍ଚ ସ୍ଵାଧୀନ ଦିଗାଲ,ୱାର୍ଡ଼ସଭ୍ୟ ରଞ୍ଜିତ ଦିଗାଲ ପ୍ରଶଂସା ପତ୍ର ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ମନିତା ମଲିକ ୫ ଥର ୱାର୍ଡ଼ସଭ୍ୟା ଭାବେ ବିନା ପ୍ରତିଦୋନ୍ଦିରେ ନିର୍ବାଚିତ ହୋଇ ଆସିଥିବାରୁ ସ୍ୱତନ୍ତ୍ର ପ୍ରଶଂସା ପତ୍ର ପ୍ରଦାନ ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା।ଏହାପରେ ଉପସ୍ଥିତ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ ସଭସାଙ୍ଗ କରି ସେଠାରୁ ନିକଟସ୍ଥ ଜରାନିବସ ରେ ରହୁଥିବା ଅସହାୟ ୩୦ ବୃଦ୍ଧ ବୃଦ୍ଧା ଙ୍କ ନିକଟକୁ ଯାଇ ସେମାନଙ୍କୁ ସମସ୍ତେ ଫଳ ଓ କେଗ ଖୁଆଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରତି ପଞ୍ଚାୟତର ସରପଞ୍ଚ,ସମିତିସଭ୍ୟ/ସଭ୍ୟା, ୱାର୍ଡ଼ସଭ୍ୟ/ସଭ୍ୟା ଅଞ୍ଚଳର ବୁଦ୍ଧିଜୀବି,ମହିଳା ସ୍ଵୟଙ୍ଗ ସହାୟକଗୋଷ୍ଟି ସାମାଜିକକର୍ମୀ ସାମିଲ ହୋଇଥିଲେ।
