୧୮ ତମ ପ୍ରବାସୀ ଭାରତୀୟ ଦିବସ ଉଦଯାପିତ
ରାୟଗଡା: ତା :୧୧.୦୧.୨୦୨୫ ରମନଗୁଡ଼ା ସରକାରୀ ସ୍ନାତକ ମହାବିଦ୍ୟାଳୟ ରେ ୧୮ ତମ ପ୍ରବାସୀ ଭାରତୀୟ ଦିବସ ଅଧ୍ୟକ୍ଷ ଡ. କୈଳାସ ମଳିକଙ୍କ ସଭାପତିତ୍ବରେ ଉଦଯାପିତ ହୋଇଯାଇଅଛି। ଏହି ସଭାରେ ରାମନାଗୁଡା ବ୍ଲକ୍ ଅଧ୍ୟକ୍ଷ ଶ୍ରୀଯୁକ୍ତ ରବି ଶଂକର ଗମାଙ୍ଗ ମହୋଦୟ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲା ବେଳେ ରାମନାଗୁଡା ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସୁଜନ ମଲିକ ସମ୍ମାନୀତ ଅତିଥି ଏଥି ସହ ଅନ୍ୟ ସମ୍ମାନୀତ ଅତିଥି ରୂପେ ପୂର୍ବତନ ଗୁଲୁଣ୍ଠି ସରପଞ୍ଚ ଶ୍ରୀଯୁକ୍ତ ଚିନ୍ନା କଣ୍ଡାଗୋରି ଯୋଗ ଦେଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ମଲିକ ,(ଓଡିଶା -୨୦୩୬ )ମସିହା ଶହେ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶାକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଲକ୍ଷ୍ୟ ସଂପର୍କରେ ନିଜ ଅଭିଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଗମାଙ୍ଗ, ଓଡ଼ିଶା ଓ ଭାରତର ସଂସ୍କୃତି ବିଦେଶରେ କିଭଳି ଭାବରେ ପ୍ରଭାବ ବିସ୍ତାର କରୁଛି ଏବଂ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଢି ତୋଳିବା ରେ ପ୍ରବାସୀ ଭାରତୀୟ ମାନଙ୍କ ଅବଦାନ ସଂପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ । ସମ୍ମାନୀତ ଅତିଥି ରୂପେ ରାମନାଗୁଡା ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସୁଜନ ମଲିକ ଓଡିଶାର କଳା, ସଂସ୍କୃତି, ଐତିହ୍ୟର ସଂସ୍କୃତି ସଂପର୍କରେ ଏବଂ ଗୈ।ତୁମ ବୁଦ୍ଧଙ୍କ ବାଣୀ ସମଗ୍ର ବିଶ୍ଵରେ ଶାନ୍ତି, ମୈତ୍ରୀ ର କିପରି ଏକତା ଭାବ ବହନ କରୁଅଛି ସେ ସଂପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ । କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ସହ ଟ୍ରୋଫି ପ୍ରଦାନ କରି ଉତ୍ସାହିତ କରାଯାଇଥିଲା।ଏହି ସବୁ କାର୍ଯ୍ୟକ୍ରମକୁ କାର୍ଯ୍ୟକ୍ରମର ସଂଯୋଜକ ଶ୍ରୀ ବାଦଲ କୁମାର ପରିଡ଼ା ଅଧ୍ୟାପକ ଇତିହାସ ବିଭାଗର ଅଧ୍ୟାପକ, ଇଂରାଜୀ ବିଭାଗର ଅଧ୍ୟାପକ ଶ୍ରୀ ପ୍ରଫୁଲ କୁମାର ଲିମା, ରାଜନୀତି ବିଭାଗର ଅଧ୍ୟାପିକା ସୁଶ୍ରୀ ପ୍ରଜ୍ଞା ପ୍ରିୟଦର୍ଶିନୀ ପଲେଇ ଏବଂ ଶିକ୍ଷା ବିଭାଗର ଅଧ୍ୟାପିକା ସୁଶ୍ରୀ ତନୁଜା ଶବର ସୂଚାରୁରୂପେ ପରିଚାଳନା କରିଥିଲେ। ଶେଷରେ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଲିମା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ରାୟଗଡ଼ାରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ।
