ଭିନ୍ନକ୍ଷମ ମାନେ ନିଜକୁ କାହାର ବୋଝ ନଭାବନ୍ତୁ

ଭିନ୍ନକ୍ଷମମାନଙ୍କୁ ଆତ୍ମ ନିର୍ଭରଶୀଳ କରିବା ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଜିଲ୍ଲା ପ୍ରଶାସନ ଦ୍ୱାରା ଇ ରିକ୍ସା ବଣ୍ଟନ କାର୍ଯ୍ୟକ୍ରମ ମାନ୍ୟବର ବିଧାୟକ,ଭଦ୍ରକ,ଜିଲ୍ଲାପାଳ,ଭଦ୍ରକ,ଅତିରିକ୍ତ ଜିଲ୍ଲାପାଳ,ଉପ ଜିଲ୍ଲାପାଳ ଙ୍କ ଗାରିମାମୟ ଉପସ୍ଥିତି ରେ ଜିଲ୍ଲା କାର୍ଯ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇଥିଲା।ଏହି ଅଵସର ରେ ୧୭ଜଣ ହିତାଧିକାରୀଙ୍କୁ ଇ ରିକ୍ସା ବଣ୍ଟନ କରାଯାଇଥିଲା।ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ,ଉପ ଖଣ୍ଡିୟ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ସମେତ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ର ସମସ୍ତ ଅଫିସିଆଲ୍ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସମ୍ପାଦିତ କରିଥିଲେ।

ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ,ଭଦ୍ରକ,

Leave a Reply

Your email address will not be published. Required fields are marked *