ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ଯୁବ ଦିବସ ପାଳିତ
ଗୋପାଳପୁର :-୧୨/୦୧ ଭାରତୀୟ ଅଧ୍ୟାତ୍ମିକତାର ରାଷ୍ଟ୍ରଦୂତ ଭାବେ ସମଗ୍ର ବିଶ୍ୱରେ ପରିଚିତ ବିଶ୍ଵବିଜୟୀ ବିବେକାନନ୍ଦଙ୍କ ଜନ୍ମଜୟନ୍ତୀ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ଭଞ୍ଜ ବିହାର ଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଦ୍ୱାରା ପାଳିତ ହୋଇଯାଇଛି, ରାଜ୍ୟ ସାମାଜିକ ଗଣ ମାଧ୍ୟମ ସଂଯୋଜକ ସୁନୀଲ କୁମାରଙ୍କ ସଂଯୋଜନା କ୍ରମେ ଆୟୋଜିତ କାର୍ଯ୍ୟକ୍ରମରେ ଭଞ୍ଜବିହାର ଶାଖା ସମିତିର ମାର୍ଗଦର୍ଶକ ସ୍ବସ୍ତି ସୁନ୍ଦର ସିଅ ସ୍ୱାମୀ ଜିଙ୍କ ଅତୁଳନୀୟ ଅବଦାନ ଉପରେ ଗୁରୁତ୍ୱାରୋପ କରିଥିଲେ, ସଭାପତି ରାଜ କିଶୋର ପ୍ରଧାନ ଓ ସମ୍ପାଦକ ରାଧା ମୋହନ ପଣ୍ଡା ଭଞ୍ଜବିହାର ସ୍ଥିତ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ l ସହ ସମ୍ପାଦକ ସାଇରାମ, ଉପସଭାପତି ସୋମ୍ୟାଶଶି ଗିରି , ଶିବାନନ୍ଦ ସାହୁ ଉପସ୍ଥିତିରେ ସହ ସହ ବିଦ୍ୟାର୍ଥୀ ନାରା ଦେଇଥିଲେ “ଆଜିର ଯୁବ ଶକ୍ତି କେମିତି ହେବା… ବିବେକାନନ୍ଦ ଯେମିତି ହେବା” l ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଏହି ଭଳି ଦେଶାତ୍ମକବୋଧକ ଓ ରାଷ୍ଟ୍ରପ୍ରେମ ଭିତ୍ତିକ କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି l
