ପିକଅପ ଭ୍ୟାନ୍ ସହିତ ବାଇକ ଧକ୍କା ରେ ୨ ମୃତ
କାମାକ୍ଷାନଗର, ଆଙ୍କର-କାମାକ୍ଷାନଗର ଉପଖଣ୍ଡ କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ବନ୍ଦାଣିଆ – -ଠେଙ୍ଗିମୁଣ୍ଡା ମଧ୍ୟରେ ଏକ ପିକଅପ ଭ୍ୟାନ ସହିତ ବାଇକ ଧକ୍କା ରେ ୨ ଜଣଙ୍କ ର ଶୋଚନୀୟ ମୃତ୍ୟୁ ହୋଇଛି l କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ଡ଼ଙ୍ଗପାଳ ଗ୍ରାମର ଗୋପନ ନାୟକ ଓ କଣ୍ଟାପାଳ କଲୋନୀର କୁସୁମୁଣ୍ଡିଆ ସାହିର ମାନ୍ତୁ ନାୟକ କାମ ସାରି ବାଇକ ଯୋଗେ ଘରକୁ ଫେରୁଥିଲେ l ଫେରିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ପିକଅପ ଭ୍ୟାନ ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା l ଫଳରେ ଘଟଣା ସ୍ଥଳରେ ଉଭୟଙ୍କର ମୃତ୍ୟୁ ହୋଇଥିଲା l ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ ପରେ ବ୍ୟବଛେଦର ବ୍ୟବସ୍ଥା କରିଛି l ଏହି ଘଟଣାରେ ପାଖ ରେ ଥିବା ଗ୍ରାମବାସୀଙ୍କ ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l
