ଜଳ ହେଉଛି ଜୀବନ ଜୀବନ ସାଙ୍ଗେ ରେ ଲଢ଼େଇ
ଜଳ ହିଁ ଜୀବନ । ଜଳବିନା ବଞ୍ଚିବା କଷ୍ଟ । ଜଳ ନାହିଁ ତ ଜୀବନ ନାହିଁ । ପାଣି ଟିକିଏ ପାଇଁ ଡହଳବିକଳ ଗ୍ରାମବାସୀ । ଏମିତି ଅବସ୍ଥା ଦେଖିବାକୁ ମିଳୁଛି ଆଦିବାସୀ ଜଲଙ୍ଗ ପାରା ଗ୍ରାମ ସାହିରେ ୩୦ ରୁ ଅଧିକ ପରିବାର ବସବାସ କରୁଛନ୍ତି । । ଗୋଟିଏ ମାତ୍ର ନଳକୂପ ଥିବା ଯୋଗୁ ସାହିବାସିନ୍ଦା ଲୋକମାନେ ନାନାପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗ୍ରାମର ସାହିବାସିନ୍ଦା ଲୋକମାନେ ସରପଞ୍ଚଙ୍କୁ ଗୋଟିଏ ନଳକୂପ ଦେବା ପାଇଁ ବାରମ୍ବାର ଅଭିଯୋଗ କରୁଥିବା ସତ୍ତ୍ବେ ବି ଏ ପର୍ଯ୍ୟନ୍ତ ଗୋଟିଏ ନଳକୂପ ଦେଇ ପାରିଲେ ନାହିଁ। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ପଞ୍ଚାୟତ ଜଲଙ୍ଗ ପାରା ଅନ୍ତର୍ଗତ ଆଦିବାସୀ ଜଲଙ୍ଗ ପାରା ଗ୍ରାମର ସାହି ଲୋକମାନେ ଟୋପାଏ ପାଣି ପାଇଁ ଡହଳବିକଳ ହେଉଥିବା ବେଳେ ନଳକୂପ ପାଖରେ ଘଣ୍ଟା ଘଣ୍ଟା ଛିଡା ହୋଇ ପାଣି ନେବା ପାଇଁ ଅପେକ୍ଷା କରିବାକୁ ପଡ଼ୁଛି l ଏହି ଆଦିବାସୀ ଜଲଙ୍ଗ ପାରା ଗ୍ରାମର ସାହି ବାସିନ୍ଦା ଲୋକମାନେ କହୁଛନ୍ତି ଇଲେକ୍ସନ ବେଳେ ନେତାମାନେ ବହୁ ପ୍ରତିଶ୍ରୁତି ଦେଇଥିଲେ । ସବୁ ସମସ୍ଯା ସମାଧାନ ହୋଇଯିବ । ଯେତେ ସମସ୍ୟା ଓ ଯାହାର ଯାହା ଯେ କୌଣସି ଅସୁବିଧା ଅଛି ସବୁ ସମସ୍ୟା ସମାଧାନ ହେବ । କିନ୍ତୁ ଇଲେକ୍ସନ ସରିଗଲା ପରେ ନେତାଙ୍କ ଦେଖା ଦର୍ଶନ ନାହିଁ । କାହାରିକୁ ଗୁହାରି କରିବୁ କିଏ ଆମ କଥା ଶୁଣିବ ବୋଲି କହୁଛନ୍ତି ଗ୍ରାମର ବାସିନ୍ଦା । ଆଗକୁ ଗ୍ରୀଷ୍ମ ଦିନ ଆସିବ ପାଣି ପାଇଁ ଆହୁରି ହଇରାଣ ହରକତ ହେବୁ । ଏଥିପ୍ରତି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତୁରନ୍ତ ନଳକୂପ ବସାଇ ପାଣି ସମସ୍ୟା ସମାଧାନ କରିବାକୁ ଗ୍ରାମବାସୀ ମାନେ ଅନୁରୋଧ କରିବା ସହ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାପାଇଁ ଗ୍ରାମବାସୀଙ୍କ ଦାବି ହେଉଛି । ରାଇଘରରୁ ଦୀପଙ୍କର ଡାକୁଆଙ୍କ ସହ ପ୍ରଦୀପ ଶିକଦାର ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର ଲାଇଭ ।
