ଶ୍ରୀକୃଷ୍ଣ ଏକାଡେମୀର ପ୍ରତିଷ୍ଠା ଉତ୍ସବ
ଜଗତସିଂହପୁର ସ୍ଥିତ ସର୍ବ ପୁରାତନ ଶ୍ରୀକୃଷ୍ଣ ଏକାଡେମୀ ବିଦ୍ୟାଳୟ ର 90 ତମ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ତଥା ଏହି ବିଦ୍ୟାଳୟ ର ପୁରାତନ ଛାତ୍ର ନାଇଜର କୁଳ ସଚିବ ଡଃ ଅଭୟ କୁମାର ନାୟକ, ଡା ଆଦିକନ୍ଦ ସାହୁ, ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ପ୍ରାକ୍ତନ ବିଶିଷ୍ଟ ବୈଜ୍ଞାନିକ ଡ଼. କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ, ବିପ୍ଳବ ଚୌଧୁରୀ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇ ରାଜ୍ୟର ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ଶ୍ରୀକୃଷ୍ଣ ଏକାଡେମୀ କିପରି ଆଗମୀ ଦିନରେ ତାର ସୁନାମ ବଜାୟ ରଖିବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଏହା ସହିତ ଏହି ବିଦ୍ୟାଳୟ ରୁ ପାଠପଢି ଆହି ଦେଶ ତଥା ଦେଶ ବାହାରେ ଅନେକ ଛାତ୍ରଛାତ୍ରୀ ପ୍ରତିଷ୍ଠିତ ହୋଇ ପାରି ବିଦ୍ୟାଳୟ ପାଇଁ ଗର୍ବ ଓ ଗୌରବ ଆଣି ପାରିଛନ୍ତି । ତେଣୁ ଆଜି 90 ତମ ପ୍ରତିଷ୍ଠା ଦିବସରେ ପୁରାତନ ଛାତ୍ର ସଂସଦ ପକ୍ଷରୁ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଜଗତସିଂହପୁରରୁ ରୀତା ସାହୁ
